ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ପାଇଲଟ ସ୍ମିତ ମଛାରଙ୍କୁ ସାରା ବିଶ୍ଵରେ ଭୁରି ଭୁରି ପ୍ରଶଂସା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଶେଷ କରି ନେତାନ୍ୟାହୁ ଓ ଟ୍ରମ୍ପ ତାଙ୍କୁ ରିଅଲ ହିରୋ କହି ଧନ୍ୟବାଦ ବି ଦେଇଛନ୍ତି। କାରଣ ଗତକାଲି ସ୍ମିତ ୧୮୦ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ନାଇନ ଇଲେଭେନ ଭଳି ବିରାଟ ଅଘଟଣକୁ ରୋକିପାରିଛନ୍ତି ସ୍ମିତ। … ଗତକାଲି ସାଉଦି ଆରବର ଏକ ବିମାନ ଦୁବାଇରୁ ଯାଉଥିଲା ତେଲ ଅଭିଭ। ଏହି ସମୟରେ ବିମାନର କୋ ପାଇଲଟ ଜାଣିଶୁଣି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏପରି ହେବାକୁ ଦେଇନଥିଲେ ସ୍ମିତ। ଏଥିରେ ସେ ବାଧା ଦେଇଥିଲେ। ତେଣୁ କୋ ପାଇଲଟ ଜଣକ ପାଇଲଟ ସ୍ମିତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତା ସତ୍ତ୍ଵେ ବିମାନକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ସ୍ମିତ ଓ କକପିଟର ଡୋର୍ ଖୋଲି ଥିଲେ। ଏହା ପରେ ବିମାନର ଅନ୍ୟ ଯାତ୍ରୀ ଆସି ସେହି କୋ ପାଇଲଟକୁ କାବୁ କରିଥିଲେ। ତା ପରେ ବିମାନର ଏମର୍ଜେନସି ଲ୍ୟାଣ୍ଡିଂ କରାଯାଇଥିଲା। ଦୁଇ ପାଇଲଟଙ୍କ ମଧ୍ୟରେ ହାତାହାତି ହେବା ବେଳେ ହାଇଜାକ୍ ର ସତର୍କ ସୂଚନା ଦିଆଯାଇଥିଲା। ତେଣୁ ଇସ୍ରାଏଲ ଓ ସାଉଦି ଆରବ ଯୁଦ୍ଧ ବିମାନ ପଠାଇଥିଲେ ସୁରକ୍ଷା ପାଇଁ। କିନ୍ତୁ ବିମାନର ଲାଣ୍ଡିଂ ପରେ ପ୍ରକୃତ କଥା ଜଣାପଡ଼ିଥିଲା। ଏହା ପରେ ସମସ୍ତେ ସ୍ମିତଙ୍କ ପ୍ରଶଂସାରେ ଶତମୁଖ। … ଏବେ ସ୍ମିତଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ସେ କହୁଛନ୍ତି, କେମିତି ହାଇଜାକ୍ ବା ଅନ୍ୟ କୌଣସି ବଡ଼ ବିପଦ ଆସିଲେ, ବିମାନ କର୍ମଚାରୀ ତାର ମୁକାବିଲା କରିବା ଉଚିତ। ଗତକାଲି ନିଜେ ସ୍ମିତ ସେହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଓ ୧୮୦ ଲୋକଙ୍କ ଜୀବନ ବଞ୍ଚାଇଥିଲେ। …

