ରାଜ୍ୟ ବିଜେପିର ରାଜନୀତିକୁ ନିନ୍ଦା କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି

ଭୁବନେଶ୍ବର: ରାଜ୍ୟ ବିଜେପି ଯେଉଁପରି ସବୁ ପ୍ରସଙ୍ଗ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛି, ତାକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ବିଜେପି ନେତା ନିଯୁକ୍ତି କି ଅନ୍ୟ ପ୍ରସଙ୍ଗରେ କହିବା ସୈତାନର ବେଦ ପାଠ ପରି। ବିଜେପି ଶାସିତ ରାଜ୍ୟରେ ଆଜି ଯାଏଁ ଉତ୍ତର ଦେଇ ପାରିଛନ୍ତି କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି। ବିଜେପି ଯେଉଁ ପ୍ରସଙ୍ଗ ଉଠାଉଛି ତାର ତଦନ୍ତ ଜଣେ ଏସପି କରୁଛନ୍ତି। ୯ଜଣ ଅଭିଯୁକ୍ତଙ୍କୁ ଧରାଯିବ। ଅନ୍ୟ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଖୋଜା ଚାଲିଛି।

ଓଡିଶାରେ ନିଯୁକ୍ତି ସୁଯୋଗ ଜାତୀୟ ହାରଠାରୁ ଭଲ। ବ୍ୟାପମ, ପଟୱାରୀ ଓ ଉତ୍ତରାଖଣ୍ଡ ଦୁର୍ନୀତି ନେଇ ରାଜ୍ୟ ବିଜେପି କିଛି କହୁନି। ତେବେ ଓଡ଼ିଶାରେ ସ୍ୱଛତା ସହ ତଦନ୍ତକାରୀ ଏଜେନସି ଦୋଷୀକୁ ଗିରଫ କରିଛନ୍ତି। ପୁରା ପରୀକ୍ଷା କରାଯିବ । ହେଲେ ବିଜେପି ଜାଣିଶୁଣି ରାଜନୀତି କରୁଛି ବୋଲି ବିଜେଡି କହିଛି। ଏଥିରେ ରାଜ୍ୟ ବିଜେପିର କନେକ୍ସନ ଥିବ। ତେଣୁ ସେମାନେ ଭୟଭୀତ।ତାକୁ ଲୁଚାଇବାକୁ ରାଜ୍ୟ ବିଜେପି ଏହି ହୀନ ଉଦ୍ୟମ କରୁଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।