ପ୍ରତିଶ୍ରୁତି ରଖିଲେ 5T ଅଧ୍ୟକ୍ଷ, ରାସ୍ତା ସମ୍ପ୍ରସାରଣ ପାଇଁ ସ୍ଥାପନ ହେଲା ଭିତ୍ତିପ୍ରସ୍ତର

1 min read

ପାରାଦୀପ: ପାରାଦୀପରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ । ରାସ୍ତା ସମ୍ପ୍ରସାରଣ ପାଇଁ ଶୁଭଦାନ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପାରାଦୀପ ଉପକଣ୍ଠ ନୂଆଗଡ଼ ସରକାରୀ ଆଇଟିଆଇ ପରିଦର୍ଶନରେ ଆସିଥିବା ସମୟରେ ସଂକୁଚିତ ରାସ୍ତା ନେଇ ସ୍ଥାନୀୟ ବାସିନ୍ଦା ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ୫୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁରୀ ହୋଇଛି ।

ରାସ୍ତାର ସମ୍ପ୍ରସାରଣ ପାଇଁ  ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ରାସ୍ତା ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଗ୍ରାମବାସୀଙ୍କ ସହିତ ବିଧାୟକ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ l ଆଗାମୀ ଦିନରେ ସରକାରୀ ଆଇଟିଆଇ ନିକଟରେ ଏକ ସେତୁ ନିର୍ମାଣ ହେବ ଓ ନୂଆଗଡ଼ଠାରୁ ଶିଙ୍ଗିଟାଳି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ହେବ ବୋଲି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି । ଏହାଦ୍ବାରା ଟ୍ରାଫିକ ସମସ୍ୟା ଦୂର ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି l