ଦେଶ ଛାଡିଲେ ଆଫଗାନିସ୍ତାନର ଶେଷ ଇହୁଦି

କାବୁଲ: ତାଲିବାନ ଆସିବା ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ଇହୁଦିମାନଙ୍କର ନାମ ଲିଭାଇ ଦିଆଯାଇଛି ।  ତାଲିବାନ ଦେଶର କ୍ଷମତା ଗ୍ରହଣ କରିବା ପରଠାରୁ ଭୟଭୀତ ଅବସ୍ଥାରେ ରହୁଥିବା ଜଣେ ୮୩ ବର୍ଷିୟ ଇହୁଦି ମହିଳା ଦେଶ ଛାଡ଼ି ଚାଲି ଯାଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଜେବୁଲନ ସେମେଣ୍ଟୋଭ ନାମକ ଜଣେ ବ୍ୟକ୍ତି ଦାବି କରିଥିଲେ କି ଏହି ମହିଳା ଜଣକ ହେଉଛନ୍ତି ଶେଷ ଇହୁଦି । ଅଉ ଏବେ ସେ ମହିଳାଜଣକ ଚାଲିଯିବା ପରେ ଆଫଗାନିସ୍ତାନରେ ଇହୁଦି ଶୂନ୍ୟ ହୋଇପଡ଼ିଛି ।

ତେବେ ଆଫଗାନରେ ରହୁଥିବା ଶେଷ ଇହୁଦିଙ୍କ ନାମ ହେଉଛି ଟୋଭା ମୋରାଡି ।  ଜେବୁଲନ ସେମେଣ୍ଟୋଭଙ୍କ ସମ୍ପର୍କୀୟ ମୋରାଡି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜନ୍ମ ଗ୍ରହଣ କରିଥିଲେ । ତେବେ ମୋରାଡି ନ୍ୟୁଜ୍ ଏଜେନ୍ସିଙ୍କ କଥା ହୋଇ କହିଛନ୍ତି କି ତାଙ୍କ ସମ୍ପର୍କୀୟ ଜେବୁଲନ ସେମେଣ୍ଟୋଭ ଗତ ମାସରେ ଦେଶ ଛାଡିଥିଲେ । ଆଉ ଏବେ ତାଙ୍କ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରେ ରଖି ତାଙ୍କୁ ମଧ୍ୟ ଦେଶ ଛାଡିବାକୁ ପଡ଼ିଛି । ୧୬ ବର୍ଷ ବୟସରେ ମୋରାଡି ଘରୁ ବାହାରି ମୁସଲମାନ ଯୁବକଙ୍କୁ ବିବାହ କରି ଆଫଗାନିସ୍ତାନରେ ରହୁଥିଲେ । ମୋରାଡି ଆହୁରି କହିଛନ୍ତି କି ଆଜି ପର୍ଯ୍ୟନ୍ତ ସେ କେବେ ବି ତାଙ୍କ ଧର୍ମ ପରିବର୍ତ୍ତନ କରିନାହାନ୍ତି । ମୁଁ ଆଜି ବି ଇହୁଦି ପରମ୍ପରା ଗ୍ରହଣ କରୁଛି ବୋଲି କହିଛନ୍ତି ମୋରାଡି । ସେ ଆହୁରି କହିଛନ୍ତି କି ଯେତେବେଳେ ସେ ଛୋଟ ଥିଲେ ସେ ସମୟରେ ଦେଶ ଏତେ ବିପଦଜ୍ଜନକ ନଥିଲା । ତାଙ୍କର ମୁସଲମାନ ପଡୋସୀଙ୍କ ସହ ଭଲ ସମ୍ପର୍କ ରହିଛି । ସେ ଇହୁଦି ହୋଇଥିବାରୁ ତାଙ୍କ ମୁସଲମାନ ପଡୋସୀଙ୍କ କୌଣସି ଆପତ୍ତି ନାହିଁ  । କିନ୍ତୁ ବର୍ତ୍ତମାନ ତାଲିବାନ ଏଠାରେ ଶାସନ କରିବା ପରେ ଏଠାରେ ରହିବା ଆଉ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ମୋରେଡି । ଅନ୍ୟପଟେ କାନାଡାରେ ରହୁଥିବା ମୋରାଡିଙ୍କ ଝିଅ ନ୍ୟୁଜ ଏଜେନ୍ସିକୁ କହିଛନ୍ତି କି ସେ ତାଙ୍କ ମାଆଙ୍କୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେମାନେ ସରକାରଙ୍କ ସହ କଥା ହୋଇଥିବା କହିଛନ୍ତି  ମୋରେଡିଙ୍କ ଝିଅ ।

Leave a Reply