ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ, ବିବାହ ପରେ ନଗର ପରିକ୍ରମା କରୁଛନ୍ତି ଦେବ ଦମ୍ପତି

ସମ୍ବଲପୁର: ସମ୍ବଲପୁରର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ । ଦେବ ବିବାହ ପରେ ଗତକାଲି ମଧ୍ୟରାତ୍ରରୁ ବିଶାଳ ପଟୁଆର ସହିତ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । ଆଜି ପୁଣି ନଗର ପରିକ୍ରମାରେ ବାହାରିବେ ଦେବ ଦମ୍ପତି । ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ସଂଖ୍ୟକ କଳାକାର ସାମିଲ ହୋଇଥିବା ବେଳେ ଦୀର୍ଘ ଦୁଇ ବର୍ଷ ପରେ ମହାଦେବ ଓ ମା ପାର୍ବତୀଙ୍କ ଯୁଗଳ ଦର୍ଶନ ଲାଭ କରିବା ପାଇଁ ସୁଯୋଗ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ଭିତରେ ମଧ୍ୟ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି ।