ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦବୀ

ଭୁବନେଶ୍ବର: ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଦିନକୁ ଦିନ ରୋଗୀଙ୍କ ବୃଦ୍ଧି ପାଉଥିବାରୁ ସବୁ ସରକାରୀ ମେଡିକାଲରେ ଉନ୍ନତମାନର ସେବା ପହଞ୍ଚାଇବା ପାଇଁ ଉଭୟ ପଦବୀରେ ସଂଖ୍ୟା ବୃଦ୍ଧି ହୋଇଛି । ଲାବ୍ ଟେକନିସିଆନ୍ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକନିକାଲ ଅଫିସର ପଦ ନୂଆ କରି ସୃଷ୍ଟି ହୋଇଛି । ଏବେ ଲାବ୍ ଟେକ୍ନିସିଆନ କ୍ୟାଡରରେ  ପଦବୀ ସଂଖ୍ୟା ବଢି ୨୫୮୧ ହୋଇଛି । ସେହିପରି ଫାର୍ମାସିଷ୍ଟ କ୍ୟାଡରରେ  ପଦବୀ ସଂଖ୍ୟା ବୃଦ୍ଧି ହୋଇ ୫୦୦୯ରେ ପହଞ୍ଚିଛି । ଚିଫ୍ ଫାର୍ମାସିଷ୍ଟ ଅଫିସର ପରି ନୂଆ ପଦବୀ ସୃଷ୍ଟି ହୋଇଛି ।