ଆକ୍ରମଣରେ କିଭ୍ ଭିତ୍ତିଭୂମି ଧ୍ବଂସ

1 min read

କିଭ୍: ନୂଆବର୍ଷରେ ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଋଷ । ରାଜଧାନୀ କିଭ୍ ସମେତ ପଶ୍ଚିମ ୟୁକ୍ରେନ ସହରଗୁଡ଼ିକରେ ଜୋରଦାର ଆକ୍ରମଣ ଜାରି ରହିଛି। ଇରାନ ମେଡ୍‌ ଡ୍ରୋନ ଓ ମିସାଇଲ ଆଟାକ ଯୋଗୁଁ ଅଧିକାଂଶ ସହର ଧ୍ବସ୍ତ ହୋଇଛି। ଖେରସନ ସ୍ଥିତ ଏକ ଶିଶୁ ହସ୍ପିଟାଲରେ ଋଷ ସେନା ଆକ୍ରମଣ କରିଛନ୍ତି । ଆଜି ସକାଳୁ ମଧ୍ୟ ଅଧିକାଂଶ ସହରରେ ମିସଇଲ ମାଡ କରୁଛି ମସ୍କୋ । ଏହାସହ କିଭର ଆଖପାଖ ଅଞ୍ଚଳରେ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ବିଦ୍ୟୁତ୍ ଶକ୍ତି ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ମିସାଇଲ ଓ ଡ୍ରୋନ ଆଟାକ ଯୋଗୁଁ ବହୁ ଏୟାର ରେଡ୍‌ ଆଲର୍ଟ ଜାରି କରାଯାଇଛି।

ସେପଟେ ଋଷ ଅକ୍ତିଆରରେ ଥିବା ଡୋନେସ୍କ ପ୍ରାନ୍ତରେ ମଧ୍ୟ ଘମାଘୋଟ ଲଢ଼େଇ ଚାଲିଛି । ମୁହାଁମୁହିଁ ହୋଇଛନ୍ତି ଋଷ-ୟୁକ୍ରେନ ସେନା । ଋଷର ୪୦ରୁ ଊର୍ଦ୍ଧ୍ବ ଡ୍ରୋନକୁ ୟୁକ୍ରେନ ସୈନ୍ୟ ନଷ୍ଟ କରିଥିବା ବେଳେ ରୁଷର ୪ଶହ  ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନୂଆବର୍ଷ ସନ୍ଧ୍ୟାରେ କିଭ୍ ସହରରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।