ଆଇପିଏଲ୍ ଆଚରଣ ବିଧି ଭାଙ୍ଗି ଅଡ଼ୁଆରେ କୋହଲି

ଚେନ୍ନାଇ: ଅଡ଼ୁଆରେ ଆରସିବି ଅଧିନାୟକ ବିରାଟ କୋହଲି। ଗତକାଲି ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚମତ୍କାର ପ୍ରଦର୍ଶନ କରି ୬ ରନରେ  ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ପରେ ଆରସିବିର ସମସ୍ୟା ବଢ଼ିପାରେ । କାରଣ ଏହି ମ୍ୟାଚ ସମୟରେ ଆରସିବି ଅଧିନାୟକ ବିରାଟ କୋହଲି ଆଇପିଏଲର ଆଚରଣ ବିଧି ଉଲଙ୍ଘନ କରିଥିବା ସାମ୍ନାକୁ ଆସିଛି।

ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଶେଷ ହେବା ପରେ କୋହଲିଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ କୋହଲି ଆଉଟ ହେବା ପରେ ପାଭିଲିୟନକୁରେ ପହଞ୍ଚି ନିଜ ରାଗ ଉତାରୁଥିବା ଦେଖିବାକୁ ମିଳିଛି । ସେ ପୁଣଇ ଚେୟାର ଉପରେ । ଭିଡିଓରେ ବିରାଟ୍ ରାଗିଯାଇ ପାଭିଲିୟନର ଚେୟାରକୁ ବ୍ୟାଟ୍ ରେ ମାରୁଥିବା ଦେଖାଯାଇଛି। କୋହଲିଙ୍କ ଏଭଳି ଆଚରଣ ଆଇପିଏଲ୍ ଆଚରଣ ବିଦ୍ଧିର ବିରୁଦ୍ଧରେ ଯାଉଛି ।

ଆଇପିଏଲ କୋଡ୍ ଅଫ କଣ୍ଡକ୍ଟ ବା ଆଚରଣ ବିଧି ଅନୁଯାୟୀ ଖେଳାଳି ମଇଦାନର କୌଣ,ସି ବି ସାମଗ୍ରୀ ଭଙ୍ଗାରୁଜା କରିପାରିବେ ନାହିଁ । ବିରାଟଙ୍କ ବିରୁଦ୍ଧରେ ଅଫେନ୍ସ 2.2ର ଲେଭଲ୍ 1 ମାମଲା ହୋଇଛି । ବିରାଟ ମଧ୍ୟ ନିଜେ ଆଚରଣ ବିଧି ଉଲଙ୍ଘନ କରିଥିବା କଥା ମାନିଛନ୍ତି।

ତେବେ ବର୍ତ୍ତମାନ ଏହି ମାମଲାରେ କୋହଲିଙ୍କୁ ତାଗିଦ୍ କରାଯାଇଛି । ଏବଂ ଏ ନେଇ ମ୍ୟାଚ୍ ରେଫରି ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

 

Leave a Reply