ବଲିଉଡ୍‌ରେ ଚମକିଲେ ଓଡ଼ିଆପୁଅ ରତିକାନ୍ତ କମିଳା: ଜାଣନ୍ତୁ ବାଲିଆପାଳରୁ ବଲିଉଡ୍‌ ଯାଏଁ ଯାତ୍ରାର ପୂରା କାହାଣୀ

1 min read

ଜଳେଶ୍ୱର: ବଲିଉଡରେ ଚମକିଲେ ଓଡ଼ିଆପୁଅ ରତିକାନ୍ତ କମିଳା । ଇଚ୍ଛା ଥିଲା ମୂର୍ତ୍ତିକାର ହେବା ପାଇଁ କିନ୍ତୁ ବନିଗଲେ କଳାକାର । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦାରେ ଏବେ ସେ ତାଙ୍କ ଅଭିନୟର ଯାଦୁ ଦେଖାଉଛନ୍ତି ।

ବାଲିଆପାଳରୁ ବଲିଉଡ୍‌ । କଲ ସେଣ୍ଟର ବୟରୁ ବଲିଉଡ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି ଓଡ଼ିଆ ପୁଅ ରତିକାନ୍ତ । ଇଚ୍ଛା ଥିଲା ଫାଇନ ଆର୍ଟ ଶିକ୍ଷା ପାଇଁ କିନ୍ତୁ ବନିଗଲେ ଧାରାବାହିକର ଖଳନାୟକ ।  ନିକଟ ଅତୀତରେ ରିଲିଜ ହୋଇଥିବା ‘ମୁମ୍ବାଇ ସାଗା’ ରେ ନଜର ଆସିଛନ୍ତି ଓଡ଼ିଆ ଯୁବକ ରତିକାନ୍ତ । ମୁମ୍ବାଇରେ ରହି ବିଭିନ୍ନ ଧାରାବାହିକ ଓ ସିନେମାରେ ଅଭିନୟ କରିଥିବା ରତିକାନ୍ତ ୨ଟି ନୱଡା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ରୋଷନୀ ଫିଲ୍ମ ସର୍ଟ ଫିଲ୍ମ ଫେଷ୍ଟିଭାଲ ପାଇଁ ଜୁରୀ ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।  ଏହି ପ୍ରତିଯୋଗିତାରେ ୧୫୦ରୁ ଊର୍ଦ୍ଧ୍ୱ ଦେଶ ଅଂଶଗ୍ରହଣ କରିବେ । ଯାହାକୁ ନେଇ ବାଲେଶ୍ବର ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ରତିକାନ୍ତ ।

ରତିକାନ୍ତ ପିଲାଟି ବେଳୁ ଭଲ ପାଠ ପଢିବା ସହ ଭଲ ମୂର୍ତ୍ତି ମଧ୍ୟ ନିର୍ମାଣ କରୁଥିଲେ । ତେଣୁ ଫାଇନ ଆର୍ଟ ଶିଖିବା ପାଇଁ ଆଗ୍ରହ ଥିଲା ମାତ୍ର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଫାଇନ ଆର୍ଟରେ ଆଗକୁ ଯାଇ ପାରିନଥିଲେ । ତେଣୁ ଘରୁ ପାଦ କାଢି ଏକ କଲ ସେଣ୍ଟର ରେ କାମ କରିବା ପାଇଁ ଗଲେ । ସେଠାରେ NACT ଶିକ୍ଷାଲାଭ ପରେ ୨୦୧୩  ଦୂରଦର୍ଶନରେ ପ୍ରସାରିତ “ଐସେ ପ୍ରେମ କାହା ” ଛୋଟ ପରଦାରେ ପାଦ ଥାପିଥିଲେ  ପରେ ବିଗ୍ ମ୍ୟାଜିକ୍ ଚ୍ୟାନେଲ୍‌ରେ “ଆକବର ବିରବଲ “, କଲର୍ସ ଟିଭିରେ ଚନ୍ଦ୍ରନନ୍ଦିନୀ , ଆଣ୍ଡ ଟିଭିରେ ସିଦ୍ଧିବିନାୟକ Star plusରେ  କୟାମତ୍ କି ରାତ୍ , ଜୀ ଟିଭିରେ ଐସେ ଦିୱାନଗି ଦେଖି ନେହି କଭି , ମନ ମୋହିନୀ , ଫିଅର ଫାଇଲରେ ବିଭିନ୍ନ ଧାରାବାହିକ ଚ୍ୟାନେଲରେ ୫୦ରୁ ଉର୍ଦ୍ଧ ଧାରାବାହିକରେ ସେ ଅଭିନୟ କରିଛନ୍ତି  ।  ସେହିପରି ରାମଗୋପଲ ବର୍ମାଙ୍କ ନିର୍ଦ୍ଦେଶିତ ‘ସରକାର ରାଜ୍ -୩’  ଭଳି ବଡ଼ ବ୍ୟାନ୍‌ରର ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ନିକଟ ଅତୀତରେ ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶୀତ ‘ମୁମ୍ବାଇ ସାଗା’ ରେ ଜନ  ଅବ୍ରହାମ ଏବଂ ଇମ୍ରାନ ହାସମୀ ଙ୍କ ଅଭିନୟ କରିଛନ୍ତି ରତିକାନ୍ତ ।

Leave a Reply