ଖଣ୍ଡଗିରି ମେଳା : ନବୀନଙ୍କୁ ଝୁରୁଛନ୍ତି ଉଠା ଦୋକାନୀ

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରିରେ ଚାଲିଛି ମାଘ ସପ୍ତମୀ ମେଳା । ହେଲେ ଚଳିତ ବର୍ଷ ମେଳାରେ ସେମିତି ଆଖୃଦୃଶିଆ ବେପାର ହେଉ ନଥିବା କହିଛନ୍ତି ଉଠା ଦୋକାନୀ । ବ୍ଯବସାୟ ନଥିବାବେଳେ ଜାଗା ପାଇଁ ୯ ହଜାର ଟଙ୍କା ପ୍ରଶାସନକୁ ଦେବାକୁ ପଡୁଛି । ଯାହା ଭାରି ବାଧୁଥିବା କହିବ ସହ ପୂର୍ବ ସରକାରଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଝରାଇଛନ୍ତି ଉଠା ଦୋକାନୀ ।

ପୂର୍ବ ସରକାରକୁ ଝୁରିଲେ ଖଣ୍ଡଗିରି ଉଠା ଦୋକାନୀ । ଚଳିତବର୍ଷ ମାଘ ସପ୍ତମୀ ମେଳାରେ ମିଳୁନି ସୁବିଧା । ବେପାର ନାହିଁ, ପ୍ରଶାସନକୁ ଅର୍ଥ ଦେଇ ବଢୁଛି କ୍ଷତି । ଟିକେ ନଜର ପକାନ୍ତୁ ଏହି ଦୋକାନ ଗୁଡିକ ଉପରେ । ପ୍ରତିବର୍ଷ ଦୁଇ ପଇସା ରୋଜଗାର କରିବା ପାଇଁ କେତେ ଆଶା ନେଇ ଖଣ୍ଡଗିରି ମେଳାରେ ଦୋକାନ ଖୋଲି ଆସୁଛନ୍ତି । ହେଲେ ପୂର୍ବରୁ ଭଲ ବେପାର ହେଉଥିବା ବେଳେ ଚଳିତ ବର୍ଷ ମାନ୍ଦା ପଡ଼ିଛି ବ୍ଯବସାୟ । ଫଳରେ କ୍ଷତି ହେଉଛି । ୪ ଦିନ ହେଲା ବେପାର ନଥିବାବେଳେ ଉଠା ଦୋକାନ ପାଇଁ ଦୋକାନ ବାବଦକୁ ଦେବାକୁ ପଡୁଛି ୯ ହଜାର ଟଙ୍କା ଭଡ଼ା । ଯାହା ବେଶି ବାଧୁଥିବା କହିଛନ୍ତି ଦୋକାନୀ । ପୂର୍ବ ସରକାର ସମୟରେ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଉଥିଲା । ହେଲେ ଏବେ ଦୋକାନ କଲେ ପକେଟକୁ ବାଧୁଛି ବୋଲି କହିଛନ୍ତି ଦୋକାନୀ ।

୭ ଫୁଟ ଦୋକାନ ଖୋଲିବା ପାଇଁ ୯ ହଜାର ଟଙ୍କା ଭଡ଼ା । ପୁଣି ବିଦ୍ୟୁତ ପାଇଁ ଆହୁରି ୪ ହଜାର ଟଙ୍କା ଦେବାକୁ ପଡୁଛି । ଯାହା ବୋଝ ଉପରେ ଲଳିତା ବିଡ଼ା ପରି । ଦୀପ ଦାନୀ, ବେଲଣା ଚକି ବିକ୍ରି କରିବାକୁ ସବୁ ବର୍ଷ ମେଳାରେ ଦୋକାନ ଖୋଲିବାକୁ ଆସନ୍ତି ଶାନ୍ତି ମାଉସୀ । ହେଲେ ପୂର୍ବରୁ ଟଙ୍କା ଟିଏ ବି ଦେବାକୁ ପଡୁନଥିଲା । ହେଲେ ଚଳିତବର୍ଷ ତାଙ୍କୁ ବି ୯ ହଜାର ଟଙ୍କା ଦେବାକୁ କହିଛନ୍ତି ଅଧିକାରୀ । ବେପାର ନଥିବାବେଳେ ଏତେଟଙ୍କା କିପରି ଦେବେ ବୋଲି କହିଛନ୍ତି ଦୋକାନୀ ।