ଷ୍ଟୁଡିଓ ଛାତରେ ପରିବା ଚାଷ, ମାଗଣାରେ ଗ୍ରାହକ ପାଉଛନ୍ତି ପରିବା

କେରଳ: ପରିବା ଚାଷ କରି ଏବେ କ୍ୟାମେରା ଆଗରେ କ୍ୟାମେରା ମ୍ୟାନ୍‌ । ଯେଉଁ ହାତରେ ସବୁବେଳେ କ୍ୟାମେରା ରହିଥାଏ ସେହି ହାତ ଏବେ ପରିବା ଚାଷରେ ମାହିର । ଚାଷ ପାଇଁ ନା କ୍ଷେତ ଅଛି ନା ଅଛି ମାଣ ମାଣ ପଡ଼ିଆ । କିନ୍ତୁ ଅଳ୍ପ ଜାଗାରେ ଛାତ ଉପରେ ଚାଲିଛି ପରିବା ଚାଷ ।  ପ୍ରତି ଦିନ ଫଳୁଛି କିଲୋ କିଲୋ ପରିମାଣର ପନିପରିବା । ଆଉ ସେହି ପରିବା ଏବେ ଲକଡାଉନରେ ସାହାରା ପାଲଟିଛି ଲୋକଙ୍କର ।

କେରଳର ରାମନାତୁକୁରା ସହରରେ ଅବସ୍ଥିତ ‘ହ୍ୱାଇଟ ମ୍ୟାଜିକ୍ ସୁଟିଂ ଫ୍ଲୋର ଷ୍ଟୁଡିଓ’  । ଏଠାକୁ ଯାଇ ଏଠାରେ ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସ୍ଥାନର ସବୁଠାରୁ ବଡ ଖାସିୟତ ହେଉଛି ଏହା ଏକ ଷ୍ଟୁଡିଓ ଯେଉଁଠି ସମସ୍ତ ପ୍ରକାର ଜୈବିକ ଫଳ ଏବଂ ପନିପରିବା ଷ୍ଟୁଡିଓ ଟେରାସରେ ଫଳୁଛି । ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବା ଏହି ଷ୍ଟୁଡିଓର ।  ଷ୍ଟୁଡିଓର ମାଲିକ ହେଉଛନ୍ତି ୪୨ ବର୍ଷୀୟ  ସିବି ଏମ୍ ବେଧାର । ଷ୍ଟୁଡିଓ ଟେରାସରେ ଲାଗିଥିବା ପ୍ରତ୍ୟେକ ଗଛରେ ତାଙ୍କର ଉତ୍ସାହ ସଫା ସଫା ବାରିହୁଏ । ସବୁଠାରୁ ବଡ଼ କଥା ହେଉଛି ଏହି ଫଳୁଥିବା ଫଳ ଏବଂ ପନିପରିବାକୁ ସିବି, ତାଙ୍କ ଗ୍ରାହକ ଏବଂ ପଡ଼ୋଶୀମାନଙ୍କୁ କରୋନା ସମୟରେ ମାଗଣାରେ ଦେଉଛନ୍ତି ।

ଶିବି କହିଛନ୍ତି ସେ “ଗତ ଫସଲରୁ ୮୦ କିଲୋଗ୍ରାମ ଟମାଟୋ, ୨୦ କିଲୋଗ୍ରାମ ଭେଣ୍ଡି, ୧୦ କିଲୋଗ୍ରାମ ଲଙ୍କା ଏବଂ ୧୦ କିଲୋଗ୍ରାମ ବାଇଗଣ ଅମଳ କରିଥିଲେ । ଶିବି କହିଛନ୍ତି ଟେରାସ ଉପରେ ଏଭଳି ଜୈବିକ ଚାଷ କରିବା ପାଇଁ ଏକ ବଡ଼ କାରଣ ରହିଛି । ଟାଙ୍କିରୁ ବାହାରୁ ଥିବା ବଳାକ ପାଣି ବହୁ ନଷ୍ଟ ହେଉଥିଲା । ଶିବି ଏହାକୁ ବନ୍ଦ କରିବାକୁ ଚାହୁଁଥିଲେ । ଏହି ପାଣିକୁ କିପରି ସଂରକ୍ଷଣ କରିବାର ଉପାୟ ଚିନ୍ତା କରିବା ଆରମ୍ଭ କରିଥିଲେ ଶିବି । ଏବଂ ତା’ପରେ ଟେରାସରେ ଏକ ବଗିଚା ନିର୍ମାଣ କରିବାର ଧାରଣା ଆସିଥିଲା । ଯେଉଁଥିରେ ସେ ଏହି ପାଣିକୁ ବ୍ୟବହାର କରିପାରିବେ ।

ଶିବି କହିଛନ୍ତି ଯେ “ମୁଁ ଲଗାଇଥିବା ପ୍ରଥମ ଉଦ୍ଭିଦ ଟମାଟୋ ଥିଲା  । ମୁଁ ଦେଖିଲି ଏହା କିଛି ସପ୍ତାହ ମଧ୍ୟରେ ବଢ଼ିଗଲା । ଏବଂ ଏହା ଦେଖି ମୁଁ ପ୍ରକୃତରେ ଉତ୍ସାହିତ ହୋଇଗଲି କାରଣ ମୋର ଚାଷକୁ ନେଇ ଏହା ପୂର୍ବରୁ କୌଣସି ଅଭିଜ୍ଞତା ନଥିଲା  । ବାସ୍ତବରେ, ମୁଁ ପୂର୍ବରୁ କୌଣସି ପ୍ରକାରର ଲଗାଇ ନଥିଲି। ଏବଂ ଏହା ପ୍ରକୃତରେ ଏକ ଆନନ୍ଦଦାୟକ ମୋପାଇଁ ବୋଲି ଶିବି କହିଥିଲେ । ତାପରେ ସେ ଧୀରେ ଧୀରେ ବଗିଚାକୁ ବଢାଇବାକୁ ଲାଗିଥିଲେ । ବର୍ତ୍ତମାନ ତାଙ୍କ ବଗିଚା ଭଲ ଭାବରେ ଆଗକୁ ବଢ଼ିଚାଲିଛି । ଶିବି ଏକ ମାସରେ ପ୍ରାୟ ୧୨୦ କିଲୋଗ୍ରାମ ପନିପରିବା ଚାଷକରି ପାଉଛନ୍ତି ।

Leave a Reply