spot_img

Latest Posts

ଆଜିଠୁ ଖୋଲିଲା କେଦାରନାଥ ମନ୍ଦିର

ଉତ୍ତରାଖଣ୍ଡ: ଆଜିଠୁ ଖୋଲିଛି ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟ ଫାଟକ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି। ଆକର୍ଷଣୀୟ ଭାବେ ଫୁଲରେ ମନ୍ଦିରକୁ ସଜା ଯାଇଛି । ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି।

ସୂଚନା ଅନୁଯାୟୀ, କେଦାରନାଥ ଧାମର ଦ୍ୱାର ଆଜି ସକାଳ ୭ଟାରେ ରୀତିନୀତି ସହିତ ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ପୁରୋହିତଙ୍କ ଦ୍ୱାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟଧ୍ୱନି ମଧ୍ୟରେ ଦ୍ୱାର ଖୋଲାଯାଇଥିଲା । ଏବଂ ଏହି ସମୟରେ, ହେଲିକପ୍ଟରରୁ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା।

ଚାରିଧାମ ଓ କେଦାରନାଥ ଯାତ୍ରା ପାଇଁ ଏହି ପୋର୍ଟାଲରେ ପଂଜୀକରଣ କରିବାକୁ ପଡ଼ିବ। ସେହିପରି ବଦ୍ରିନାଥ ଧାମ ଖୋଲିବ ଆସନ୍ତା ୪ ତାରିଖରେ।

Latest Posts

Don't Miss