କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ : କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ । କର୍ପୂରୀ ଠାକୁର ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ । ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ କର୍ପୂରୀ ଠାକୁର । କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଗତକାଲି ଜେଡିୟୁ ନେତା ଭାରତ ରତ୍ନ ଦେବା ସହି ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ ।

ଜାନୁଆରୀ ୨୪ ତାରିଖ ବିହାରରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଜନ ନେତା କର୍ପୁରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । କର୍ପୁରୀଙ୍କ ଜୟନ୍ତୀ ପାଳନ କରିବାକୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି ।