ବଲିଉଡ ତାରକାଙ୍କୁ ଟାର୍ଗେଟ କଲେ କଙ୍ଗନା, ନିକିତା ହତ୍ୟା ମାମଲା ନେଇ ବଲିଉଡ ଚୁପ କାହିଁକି ?

1 min read

ମୁମ୍ବାଇ: ହରିୟାଣାର ଫରିଦାବାଦ ବଲ୍ଲଭଗଡର ନିକିତା ତୋମାର ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ ଆରମ୍ଭ କରିଛି । ଧର୍ମ ପରିବର୍ତ୍ତନ କରିବାକୁ ମନା କରିବା ପରେ ନିକିତା ତୋମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଉଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏହି ପ୍ରସଙ୍ଗରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି । କରୀନା କପୁର ଖାନ, ସୋନମ କପୁର, ରାଧିକା ଆପ୍ଟେ, ବାଦଶାହ, ବିଶାଲ ଦାଦଲାନି, କଲ୍କିଙ୍କୁ ଟାର୍ଗେଟ କରି ଫେକ୍ ସିଲେକ୍ଟିଭ୍ ଫେମିନିଜମ୍ ପାଇଁ ଏମାନଙ୍କୁ ଜେଲରେ ବନ୍ଦ କରିଦେବା ଉଚିତ୍ ବୋଲି କହିଛନ୍ତି କଙ୍ଗନା ।

ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ ଟ୍ୱିଟ୍ କରି ବଲିଉଡର ସେଲିବ୍ରେଟମାନଙ୍କୁ ତୀବ୍ର ନିନ୍ଦା କରିଛନ୍ତି । ସେ ଟ୍ୱିଟ୍ କରି କିଛି ସେଲିବ୍ରିଟିଙ୍କୁ ଜେଲରେ ବନ୍ଦ କରିଦେବା ଉଚିତ୍ ବୋଲି କହିଛନ୍ତି । ସର୍ବସାଧାରଣରେ ଜଣେ ଜିହାଦୀ ଗୁଳି ଚଳାଇଥିବା ନିକିତାଙ୍କ ପାଇଁ କାହିଁକି କେହି ମୁହଁ ଖୋଲୁନାହାନ୍ତି ବୋଲି ପଚାରିଛନ୍ତି କଙ୍ଗନା ।

https://twitter.com/KanganaTeam/status/1321386505076723713?s=20

କଙ୍ଗନାଙ୍କର ଏହି ପ୍ରଶ୍ନର ଉତ୍ତର ଟ୍ୱିଟରେ ଆସିଛି । ଯେଉଁଥିରେ ରିଚା ଚଢା, ଇଶା ଗୁପ୍ତା, ରାଧିକା ଆପ୍ଟେ, କରୀନା କପୁର ଖାନ, ସୋନମ କପୁର ଭଳି ବଲିଉଡ ଅଭିନେତାଙ୍କର ଏକ କୋଲାଜ ଦେଖିବାକୁ ମିଳିଛି। ନିକିତାଙ୍କ ସାହାସିକତା ଲକ୍ଷ୍ମୀବାଇ କିମ୍ବା ପଦ୍ମାବତୀ ଠାରୁ କମ୍ ନୁହେଁ । ନିକିତାଙ୍କ ହତ୍ୟାକାରୀ ନିକିତାଙ୍କୁ ବାରମ୍ବାର ତାଙ୍କ ସହ ଯିବାକୁ କହୁଥିଲା, କିନ୍ତୁ ସେ ମରିବା ଉଚିତ୍ ବୋଲି ଭାବିଥିଲେ ଓ ତାଙ୍କ ସହ ଯାଇନଥିଲେ । ଫଳରେ ତାଙ୍କୁ ହତ୍ୟା କରାଯାଇଥିଲା । ନିକିତା ପ୍ରତ୍ୟେକ ହିନ୍ଦୁ ମହିଳାଙ୍କ ପାଇଁ ଗର୍ବ । ମାତ୍ର ୨୦ ବର୍ଷ ବସୟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ଘଟଣାସ୍ଥଳରେ ଥିବା ସିସିଟିଭିରେ କଏଦ ହୋଇଛି । ଏହି ମାମଲାରେ ପୋଲିସ ଏଯାଏଁ ୩ ଜଣଙ୍କୁ ଗିରଫ କରିସାରିଛି ।

 

Leave a Reply