ଗୋଟିଏ ଫିଲ୍ମ ପାଇଁ ବଢ଼ାଇଥିଲେ ୨୦ କେଜି, ଏବେ ଆଉ ଏକ ଭୂମିକା ପାଇଁ କମାଇବେ ଓଜନ

1 min read

ମୁମ୍ବାଇ: ବଲିଉଡ କ୍ୱିନ୍ କଙ୍ଗନା ରାନୌତ ଆଜିକାଲି ତାଙ୍କ ଅପକମିଂ ଫିଲ୍ମ ଥାଲାଇଭିର ସୁଟିଂରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରରେ ଜୟଲଳିତା ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ ଲୁକ୍ ନେଇ ବହୁତ ପରିଶ୍ରମ କରୁଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ସେ ୨୦ କେଜି ଓଜନ ବଢାଇଥିଲେ । କିନ୍ତୁ ଏବେ ଫିଲ୍ମର ସୁଟିଂ ଶେଷ ହେବାକୁ ଯାଉଛି । ସେଥିପାଇଁ କଙ୍ଗନା ଏବେ ପୁଣି ଆଗାମୀ ଫିଲ୍ମ ପାଇଁ ଓଜନ କମ କରିବେ । ଖୁବ କମ ଦିନ ମଧ୍ୟରେ ତାଙ୍କୁ ଓଜନ କମ କରିବାକୁ ପଡ଼ିବ । ଯାହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜରୁ କମ ନୁହେଁ ।

https://www.instagram.com/p/B9UJvsLB3lZ/?utm_source=ig_embed

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜ ୱାର୍କଆଉଟ୍ ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଯୋଗ କରୁଥିବାର ନଜର ଆସୁଛନ୍ତି । ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯେ, ସେ ଥାଲାଇଭି ଫିଲ୍ମ ପାଇଁ ୨୦ କେଜି ଓଜନ ବଢାଇଥିଲେ । ଏବେ ଫିଲ୍ମ ସୁଟିଂ ଶେଷ ହେବାକୁ ଯାଉଛି । ସେଥିପାଇଁ ତାଙ୍କୁ ତାଙ୍କ ପୁରୁଣା ଫର୍ମରେ ଫେରିବାକୁ ପଡିବ । ମାତ୍ର ୨ ମାସ ମଧ୍ୟରେ ତାଙ୍କୁ ୨୦ କେଜି କମ କରିବାକୁ ପଡ଼ିବ । କଙ୍ଗନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀଙ୍କର କଠିନ ପରିଶ୍ରମ ସମସ୍ତଙ୍କୁ ଦିଲ୍ ଜିତିଛି ।  ସେ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଓ ଏହିଭଳି ପ୍ରସ୍ତୁତି କରନ୍ତି ।

କଙ୍ଗନା ତାଙ୍କ ଅପକମିଂ ଫିଲ୍ମର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ପ୍ରତ୍ୟେକ ଫଟୋରେ ମୁଖ୍ୟମନ୍ତ୍ରୀ ଜୟଲଳିତା ପରି ଦେଖାଯାଉଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସ୍ ନେଇ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମ ତେଜସ୍ ର ପୋଷ୍ଟର ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ବାୟୁସେନା ଦିବସ ଅବସରରେ କଙ୍ଗନା ଏହି ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ ।

Leave a Reply