ଗାନ୍ଧୀଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ; ଦେଶ ବ୍ୟାପୀ ବିରୋଧ

1 min read

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ବତ । ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବେ ପଦ୍ମଶ୍ରୀ ପାଇଥିବା କଙ୍ଗନା କହିଥିଲେ କି ୧୯୪୭ ମସିହାରେ ଭାରତ ଯେଉଁ ସ୍ବାଧିନ ପାଇଥିଲା ତାହା ପ୍ରକୃତ ସ୍ବାଧିନ ନଥିଲା ତାହା ଥିଲା ଭିକ । ପ୍ରକୃତ ସ୍ବାଧିନତା ୨୦୧୪ରେ ଭାରତ ପାଇଥିଲା । କଙ୍ଗନାଙ୍କ ଏହି ବୟାନ ପରେ ବହୁ ବିବାଦକୁ ଆସିଥିଲେ କଙ୍ଗନା ରାଣାଓ୍ବତ । ତେବେ ଏହି ବୟାନର ନିଆଁ ଏବେ ଲିଭିନଥିବାବେଳେ ପୁଣି ଏକ ବୟାନ ଦେଇ ବିବାଦ ଘେର ମଧ୍ୟକୁ ଆସିଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବାତ । ତେବେ ପୂର୍ବ ଥର ସ୍ବାଧିନତାକୁ ନେଇ ବିବାଦୀୟ ବୟାନ ଦେଇଥିବାବେଳେ ଏବେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା ।  କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି ମହାତ୍ମା ଗାନ୍ଧିଙ୍କଠାରୁ ସୁଭାଷ ଚନ୍ଦ୍ର ବୋଷ ଓ ଭଗତ ସିଂ ସମର୍ଥନ ପାଇ ନଥିଲେ । ଏହା ସହ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସେ ସମାଲୋଚନା କରିଛନ୍ତି ।

କଙ୍ଗନା କହିଛନ୍ତି କି ଗୋଟିଏ ଗାଲ ଦେଖାଇ ସ୍ବାଧୀନତା ପାଇବା ଏକ ଭିକ୍ଷା । ନିଜ ଇନଷ୍ଟାଗ୍ରାମରେ କଙ୍ଗନା କହିଛନ୍ତି ଆପଣମାନେ ନିଜ ଜ୍ଞାନ ଓ ବିବେକ ଅନୁସାରେ ନିଜର ନାୟକଙ୍କୁ ଚିହ୍ନନ୍ତୁ । ସେ ଏହା ସହ ନେତାଜୀଙ୍କୁ ବ୍ରିଟିଶକୁ ହସ୍ତାନ୍ତର କରିବା ଲାଗି ଗାନ୍ଧିଜୀ ଓ ଅନ୍ୟମାନେ ରାଜି ହୋଇଥିଲେ ବୋଲି ପ୍ରକାଶିତ ଖବରର ଏକ କ୍ଲିପିଂ ବି ସେୟାର କରିଛନ୍ତି । ଏହି ରିପୋର୍ଟରେ ପ୍ରକାଶିତ ହୋଇଛି- ଯଦି ନେତାଜୀ ଭାରତରେ ପ୍ରବେଶ କରନ୍ତି ତେବେ ତାଙ୍କୁ ହସ୍ତାନ୍ତର କରିବା ଲାଗି ବ୍ରିଟିଶ ସହ ଗାନ୍ଧିଜୀ, ଜବାହାରଲାଲ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନା ଏକ ରାଜିନାମା କରିଥିଲେ । କଙ୍ଗନା କହିଛନ୍ତି ଆପଣ ଗାନ୍ଧିଜୀ କିମ୍ବା ନେତାଜୀଙ୍କ ମଧ୍ୟରୁ ଜଣକର ହିଁ ସମର୍ଥକ ହୋଇପାରିବେ । ଦୁଇ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ । ସେ ଆହୁରି କହିଛନ୍ତି ଶୋଷଣକାରୀ ଶକ୍ତି ବିରୋଧରେ ଲଢେଇ ଲାଗି ସାହସ ନଥିବା କ୍ଷମତାଲିପସୁ ଓ ଚତୁର ବ୍ୟକ୍ତିମାନେ ପ୍ରକୃତ ସଂଗ୍ରାମୀମାନଙ୍କୁ ହସ୍ତାନ୍ତର କରିଥିଲେ । ଏପରିକି ଭଗତ ସିଂ ଫାଶୀ ପାଆନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିବା ନେଇ ପ୍ରମାଣ ରହିଛି ବୋଲି କଙ୍ଗନା କହିଛନ୍ତି ।

ଅନ୍ୟପକ୍ଷରେ କଙ୍ଗନାଙ୍କ ଏମିତି ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଅନୀତା ବୋଷ କହିଛନ୍ତି କି ମୋ ପିତା ସୁବାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । କିନ୍ତୁ ମୋ ବାପା ମହାତ୍ମା ଗାନ୍ଧିଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ ବୋଲି କହିଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ ।

 

Leave a Reply