ବାହାଘର ଫଟୋ ଶେୟାର କଲେ ୟାମୀ, ଅଭିନେତା କହିଲେ ରାଧେ ମା’

1 min read

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ନିଜ ବ୍ରାଇଡାଲ୍ ଲୁକର ଏକ ଫଟୋ ଶେୟାର କରିଛନ୍ତି । ତାଙ୍କ ଏହି ଫଟୋକୁ ନେଇ ଫ୍ୟାନ୍ସ ମାନେ ବି କମେଣ୍ଟ କରିଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ଅଭିନେତା ଓ ଅଭିନେତ୍ରୀ ।

ବ୍ରାଇଡାଲ୍ ଲୁକ୍ ରେ ୟାମୀ ଲାଲ୍ ଆଉଟଫିଟ୍ ରେ ନଜର ଆସିଛନ୍ତି । ଯାହା ପରେ ବିକ୍ରାନ୍ତ ତାଙ୍କୁ ରାଧେ ମା’ ବୋଲି କହିଥିଲେ । ଫଟୋରେ ୟାମୀ ଲାଲ୍ ଗେଟଅପରେ ନଜର ଆସିବା ସହ ସ୍ୱାମୀ ଆଦିତ୍ୟଙ୍କୁ ଚାହିଁ ଚାହିଁ ହସୁଛନ୍ତି । ସେପଟେ ଆଦିତ୍ୟ ମଧ୍ୟ ଧଳା ରଙ୍ଗର ଶେରୱାନୀ ସହ ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଦୁହିଁଙ୍କ ଫଟୋକୁ ଦେଖି ସେଲିବ୍ରିଟି ଓ ଫ୍ୟାନ୍ସ ମାନେ କମେଣ୍ଟ କରିବାରେ ଲାଗିଛନ୍ତି ।

ୟାମୀ ଜୁନ୍ ୪ ତାରିଖରେ ଆଦିତ୍ୟ ଧରଙ୍କ ସହ ବିବାହର ଆନାଉସମେଣ୍ଟ କରିଥିଲେ । ଯାହା ପରେ ଅଭିନେତ୍ରୀ ଲଗାତାର ଭାବେ ତାଙ୍କର ବାହାଘରର ଫଟୋ ସବୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ଲାଟେଷ୍ଟ ଫଟୋରେ ୟାମୀ ଲାଲ୍ ରଙ୍ଗର ବନାରସୀ ଫଟୋ ପିନ୍ଧିଥିବା ନଜର ଆସିଛନ୍ତି । ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୁତ୍ର, କେଶରେ ମିଡିଲ ପାର୍ଟଡ୍ ବନ୍ ରହିଛି । ଏହା ସହ ହେବି ଜୁଏଲାରୀ ପିନ୍ଧା ଫଟୋ ମଧ୍ୟ ଶେୟାର କରିଥିଲେ । ଆଉ ଲେଖିଥିଲେ- Rind posh maal gindane draaye lo lo । ଯାହାର ଅର୍ଥ କିଛି ଏହିପରି- ଆସନ୍ତୁ ବସନ୍ତ ଋତୁର ସ୍ୱାଗତ କରିବା ।

ଦୁହିଁଙ୍କ ବାହାଘର ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ହିମାଚଳ ପ୍ରଦେଶରେ ହୋଇଥିଲା । ବ୍ରାଇଡାଲ୍ ଲୁକକୁ ବିକ୍ରାନ୍ତ ରାଧେ ମା’ ସହ ତୁଳନା କରିଥିଲେ । ହେଲେ ତାହା କଙ୍ଗନାଙ୍କୁ ପସନ୍ଦ ଆସିନଥିଲା । ବିକ୍ରାନ୍ତ ଲେଖିଥିଲେ- ସମ୍ପୂର୍ଣ୍ଣ ଶୁଦ୍ଧ ଓ ପବିତ୍ର ପୂରାପୂରି ରାଧେ ମା’ଙ୍କ ପରି । ଯାହାକୁ ନେଇ କଙ୍ଗନା ପ୍ରତି ଜବାବରେ କହିଥିଲେ- କୁଆଡୁ ଆସିଲା ଅସରପା…ମୋ ଚପଲ୍ କୋଉଠି ଅଛି ଆଣ ।

ଏହା ପୂର୍ବରୁ ଆୟୁଷ୍ମାନ ଲେଖିଥିଲେ- ପୂରା ଜୟ ମାତା ଦି ଭଳି ଅନୁଭବ ହେଉଛି । ଯେଉଁଥିରେ କଙ୍ଗନା ଉତ୍ତର ଦେଇଥିଲେ, ‘‘ରିଲ୍ ସେଲିବ୍ରିଟିଙ୍କ ଏପର୍ଯ୍ୟନ୍ତ ସବୁଠୁ ରିଅଲ୍ ଫଟୋ… ତୁମେ ବହୁତ ସୁନ୍ଦର ଲାଗୁଛ… ବଧାଇ ହୋ ।

Leave a Reply