ବିଦ୍ୟୁତ ଆଘାତରେ ଆହତ ବ୍ୟକ୍ତିଙ୍କୁ ମୃତ ଭାବି ରାସ୍ତା କଡ଼ରେ ଫିଙ୍ଗିଦେଲେ

1 min read

ଝାରସୁଗୁଡ଼: ହଜିଗଲା ମାନବିକତା । ମରିଗଲା ମଣିଷ ପଣିଆଁ ।  ବିଦ୍ୟୁତ ଆଘାତରେ ଆହତ ବ୍ୟକ୍ତିଙ୍କୁ ମୃତ ବୋଲି ରାସ୍ତା କଡରେ ଫିଙ୍ଗିଦେଲେ ସାଙ୍ଗମାନେ । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲର ଶଙ୍ଖଲିଆ ରାଇସ ମିଲରେ,ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ବେହୋସ ହୋଇଯାଇଥିଲେ । ଆହତ କର୍ମଚାରୀ ଜଣକ ହେଲେ ଉତ୍ତରପ୍ରଦେଶ ବରେଲିର ମର୍ଟିନ ଅହମ୍ମଦ ।  ନେବା ବଦଳରେ ଜଙ୍ଗଲରେ ଫିଙ୍ଗି ଦେବା କହିଲେ ରାଇସ ମିଲ ମାଲିକ । ହୋସ ଆସିବା ପରେ ଚିତ୍କାର କରିବାରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।

ଝାରସୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି ସଂପୃକ୍ତ କର୍ମଚାରୀ । ଘଟଣାଟି ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ସ୍ଥିତ ସଙ୍ଖଲିଆ ରାଇସମିଲରେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମିଳିବା ପରେ ବ୍ରଜରାଜନଗର SDPO ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି l ଯେହେତୁ ମର୍ଟିନ ଏବେ ସୁସ୍ଥ ନାହାନ୍ତି ତେଣୁ ଲିଖିତ ଅଭିଯୋଗ କରି ପାରିନାହାନ୍ତି l  ଘଟଣା ସମ୍ପର୍କରେ ମର୍ଟିନଙ୍କୁ ପଚାରି ତଦନ୍ତ ଆରମ୍ଭ କରିଛି ପୋଲିସ ଏବଂ ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଝାରସୁଗୁଡା ଅତିରିକ୍ତ ଏସପି l