ମୁର୍ଶିଦାବାଦ ହିଂସା:ଝାରସୁଗୁଡ଼ାରୁ ୮ ଗିରଫ

ନନ୍ଦିଘୋଷ ବ୍ୟୁରୋ: ୱାକଫ ଆଇନକୁ ନେଇ ପଶ୍ଚିମବଂଗ ମୁର୍ସିଦାବାଦରେର ହିଂସାକାଣ୍ଡ ଘଟଣା। ମୋଟ ୮ ଜଣଙ୍କୁ ଗିରଫ କଲା ପଶ୍ଚିମବଂଗ ପୋଲିସର ଏସଟିଏଫ। ମୁର୍ସିଦାବାଦର ହର ଗୋବିନ୍ଦ ଦାଶ ଏବଂ ତାଙ୍କ ପୁଅଙ୍କୁ ହତ୍ୟା ଘଟଣାରେ ଏହି ଗିରଫ କରାଯାଇଛି। ପଶ୍ଚିମବଙ୍ଗର ଏସଟିଏଫ ଝାରସୁଗୁଡ଼ା ପୋଲିସ ସହାୟତାରେ ଗତକାଲି ରାତିରେ ଚଢ଼ାଉ କରି ବାଣୀ ଇସ୍ରାଏଲ, ସେଫାଉଲ ହକଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତ ବାବୁଲ ଏସକେ, ଅବଦୁଲ ଖାଲେକ, ସାବା କରିମ, ରୋନୀ ଏସକେ, ମନରୁଲ ଏସକେ, ଅଜ଼ଫୁରଲ ଏସକେଙ୍କୁ ଗିରଫ କରିଛି।ତେବେ ପୋଲିସଙ୍କୁ ଦେଖିବା ପରେ ଏ ସମସ୍ତ ଅଭିଯୁକ୍ତ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏମାନଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲା। ଚାରିଟି ବ୍ଲାଙ୍କ ଫାୟାରିଂ କରାଯାଇଥିବା  ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ସେହିପରି ଏଭଳି ଘଟଣାରେ ଆହୁରି ତଦନ୍ତ ଚାଲିଛି ଯଦି ଅନ୍ୟ କେଉଁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସ୍ମିଥ ପରମାର ସୁଚନା ଦେଇଛନ୍ତି।ଗତ ୧୩ ତାରିଖ ଦିନ ମୁର୍ସିଦାବାଦରେ ଘଟିଥିବା ହିଂସାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ସମସ୍ତେ ଆସି ବନହରପାଳି ଥାନା ଅଂଚଳରେ ଲୁଚିଥିବା ସୂଚନା ମିଳିଥିଲା।