spot_img

Latest Posts

ଶିଳ୍ପ ଓ ଖଣି ସମୃଦ୍ଧ ଯାଜପୁର ଜିଲ୍ଲାରେ ବିକାଶ ଠପ୍

ନନ୍ଦିଘୋଷ ବ୍ୟୁରୋ :ବଦଳିଲା ସରକାର । ଅଟକିଗଲା ବିକାଶ । ଯାଜପୁରରେ ଥମିଯାଇଛି ବିକାଶର ଗତି । ପୂର୍ବ ସରକାରଙ୍କ ସମୟରେ ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଥିଲା । ହେଲେ ଶାସନ ଭାର ବଦଳିବା ପରେ ସେସବୁ ଯୋଜନା ଯେମିତି କାଗଜପତ୍ର ଓ ଇଟା ପଥର ଭିତରେ ବନ୍ଦୀ ହୋଇଯାଇଛି।  କେଉଁଠି ରାସ୍ତା କାମ ଅଧାରେ ଅଟକିଛି ତ ଆଉ କେଉଁଠି ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ନୂଆ କାର୍ଯ୍ୟର ଦେଖାନାହିଁ । ଗ୍ରାମାଞ୍ଚଳର ରାସ୍ତା, ପାନୀୟ ଜଳ, ଡ୍ରେନେଜ, ସ୍ଵାସ୍ଥ୍ୟ ଭଳି ସମସ୍ୟା କଥା ନକହିବା ଭଲ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।…

କଳିଙ୍ଗନଗର ଇସ୍ପାତ କାରଖାନା ହେଉ କି ସୁକିନ୍ଦାର କ୍ରୋମାଇଟ ଖଣି, ପ୍ରଚୁର ପ୍ରାକୃତିକ ସମ୍ପଦ ଓ ଶିଳ୍ପରେ ଭରପୁର ଯାଜପୁର ଜିଲ୍ଲା । ଏହି ଜିଲ୍ଲାରୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ଵ ଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ, ସେହି ଜିଲ୍ଲା ଏବେ ବିକାଶ ଦୌଡ଼ରେ ପଛରେ ପଡ଼ିଯାଇଛି । ଏଥିପାଇଁ ଦାୟୀ କିଏ ? ପ୍ରଶାସନିକ ଅବହେଳା ନା ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତିର ଅଭାବ ? ଅଟକି ରହିଥିବା ପ୍ରକଳ୍ପ କେବେ ଗତି ପାଇବ ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ

ଶିଳ୍ପ ଅଛି… ଖଣି ଅଛି… ରାଜସ୍ୱ ଅଛି । କିନ୍ତୁ ଯାଜପୁର ଜିଲ୍ଲା ବିକାଶରେ କାହିଁକି ଲାଗିଛି ବ୍ରେକ ? ତାକୁ ନେଇ ସନ୍ଦିହାନ ଲୋକେ ।

Latest Posts

Don't Miss