ଝରାଫୁଲ ମୃତ୍ୟୁ ରହସ୍ୟ, ଜବତ ହେଲା ରାକେଶର ମୋବାଇଲ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ । ଅଭିଯୁକ୍ତ ରାକେଶର ମୋବାଇଲ ଫୋନ ଜବତ କରିଛି ପୋଲିସ । ଗୁରୁବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ୍‌ ଯିବ ରାକେଶ । ରିମାଣ୍ଡ ବେଳେ ତା’ଠାରୁ ଅନେକ ସତ ଉଗାରିଛି କୁଆଖିଆ ପୋଲିସ । ତଥାପି ରାକେଶ ଆହୁରି କିଛି ଲୁଚାଉଥିବା ସନ୍ଦେହ କରାଯାଉଛି । ଏଥିପାଇଁ ତାର ଲାଏ ଡିଟେକସନ୍‌ ଟେଷ୍ଟ କରାଯାଇପାରେ ବୋଲି ସୂଚନା ରହିଛି ।

ସେପଟେ ରାକେଶର ସାନ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ କୁଆଖିଆ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି । ଏପଟେ ଭୁବନେଶ୍ୱରରୁ ଜବତ ହୋଇଛି ଶବ ବୁହା ହୋଇଥିବା ସ୍କୁଟି । ଗତ ଜାନୁଆରୀ ୯ ତାରିଖରେ ରାକେଶ ସୁନ୍ଦରପଦା ଅଞ୍ଚଳରୁ ଏହି ସ୍କୁଟି କିଣିଥିଲା । ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତି ସାରିଲାଣି । ହେଲେ ଏପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ ପୋଲିସ । ଏପଟେ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖରକୁ ଧରିବାରେ ପୋଲିସ ବିଫଳ ହୋଇଛି ।

ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାରେ ପୁଣି ଥରେ ରାକେଶକୁ ରିମାଣ୍ଡରେ ନେବାପାଇଁ ପୋଲିସ ଆବେଦନ କରିପାରେ ।

Leave a Reply