ଜମି କେଳେଙ୍କାରୀ କରି ମୁହଁଟାଣ : ଗଣମାଧ୍ୟମକୁ ଆୟୁଧ କରି ଅପରାଧକୁ ଘଣ୍ଟ ଘୋଡାଉଛନ୍ତି ଜୟ , ଟୁଇଟ୍ କରି ସସ୍ମିତଙ୍କ ସମାଲୋଚନା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ କ୍ରାଇମବ୍ରାଞ୍ଚ କରିଥିବା ପ୍ରାଥମିକ ତଦନ୍ତରୁ ଓଟିଭି କର୍ତ୍ତୃପକ୍ଷଙ୍କ ସଂପୃକ୍ତିର ପ୍ରମାଣ ମିଳିଥିଲା । ଏଥିରେ କେତେକ ଦିଗର ଏହାର ମୁଖ୍ୟ ଅର୍ଥନୈତିକ ଅଧିକାରୀ(ସିଏଫଓ) ମନୋରଞ୍ଜନ ଷଡଙ୍ଗୀଙ୍କ ସଂପୃକ୍ତି ଜଣାପଡିଥିଲା । ତାଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଗିରଫ କରିବା ସହ କୋର୍ଟରେ ହାଜର କରାଇଥିଲା । ହେଲେ ଏହି ମାମଲାରେ ଚଞ୍ଚକତା କରିଥିବା ଓଟିଭି କର୍ତ୍ତୃପକ୍ଷ ନିଜ କଳା କାରନାମାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତୁ । ଆଇନକୁ ତା’ ବାଟରେ ଯିବାକୁ ନ ଦେଇ ଗଣମାଧ୍ୟମ ଦ୍ୱାରା ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।

BJD Rajya Sabha MP Dr. Sasmit Patra Tested Positive For Covid19

ଏନେଇ ରାଜନୈତିକ ଦଳମତ ନିର୍ବିଶେଷରେ ପ୍ରତିକ୍ରିୟାର ଜୁଆର ଆସିବାରେ ଲାଗିଛି । ସେହିକ୍ରମରେ ବିଜେଡି ରାଜ୍ୟସଭା ଏମପି ସସ୍ମିତ ପାତ୍ର ଜୟ ପଣ୍ଡାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଜମି କେଳେଙ୍କାରୀରେ ସଂପୃକ୍ତି ଥିବା ଅଧିକାରୀଙ୍କ ଗିରଫଦାରୀରେ ଜୟ ପଣ୍ଡା କାହିଁକି ନୀରବତା ଅବଲମ୍ବନ କରୁଛନ୍ତି । କମ୍ପାନୀର ଜଣେ ଡିରେକ୍ଟରଙ୍କ ଗିରଫଦାରୀକୁ ଓଟିଭି କାହିଁକି ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖୁଛି । ସଚେତନ ଗଣମାଧ୍ୟମ ଏନେଇ ଜୟ ପଣ୍ଡାଙ୍କୁ ପ୍ରଶ୍ନ କରିବ ବୋଲି ଚଞ୍ଚକତା ସହ ଓଟିଭିକୁ ଆଗକୁ ଅଣାଯଆଉଥିବା ସସ୍ମିତ କହିଛନ୍ତି ।

ସେହିପରି ଏହି ତଦନ୍ତକୁ ପ୍ରଭାବିତ କରିବା ପାଇଁ ଜୟ ଷଡଯନ୍ତ୍ର ରଚିଛନ୍ତି । ଆଇନ ଯେତେବେଳ ନିରପକ୍ଷ ଭାବରେ ତଦନ୍ତ କରିବାକୁ ଚାହିଁବ, ସେ ସମୟରେ ଗଣମାଧ୍ୟମ ସ୍ୱାଧୀନତା ପ୍ରଶ୍ନ ଉଠାଇ ଜୟ ଚଞ୍ଚକତା କରିବେ ବୋଲି ସସ୍ମିତ କହିଛନ୍ତି । ତେଣୁ ଗଣମାଧ୍ୟମ ଜରିଆରେ କିପରି କଳା ସାମ୍ରାଜ୍ୟକୁ ଘଣ୍ଟ ଘୋଡାଇ ହେବ ତାହା,  ଅନ୍ୟ ଖଣି ମାଲିକ ଏବଂ ବ୍ୟବସାୟୀମାନେ ଜୟ ପଣ୍ଡାଙ୍କଠାରୁ ଶିଖିବା ଉଚିତ ବୋଲି ସସ୍ମିତ କହିଛନ୍ତି ।

 

Leave a Reply