ଇଂଲଣ୍ଡ ପାଇଁ ବଢ଼ିଲା ଅଡୁଆ; ଆହାତ କାରଣରୁ ଟି-୨୦ ବିଶ୍ବକପରୁ ବାଦ୍ ପଡ଼ିପାରନ୍ତି ରୟ

1 min read

ଦୁବାଇ: କ୍ରିକେଟ ପଡ଼ିଆରେ ଦୁର୍ଘଟଣା ହେବା ସାଧାରଣ କଥା । ତେବେ ଏମିତି କିଛି ଦୁର୍ଘଟଣା ଗତକାଲି ଦେଖିବାକୁ ମିଳିଥିଲା । ଗତକାଲି ଇଂଲଣ୍ଡ-ସାଉଥ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ସେମିଫାଇନାଲ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରୁଥିଲେ । ଏହି ମ୍ୟାଚରେ ସାଉଥ ଆଫ୍ରିକା ବିଜୟଲାଭ କରିବା ପରେ ବି ନେଟ ରନରେଟ ପାଇଁ ସେମିଫାଇନାଲ ଟିକେଟ ହାସଲ କରିପାରିନଥିଲା ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ଭାବପ୍ରବଣ କରିଥିଲା । ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଆଘାତ କାରଣରୁ ପଡ଼ିଆରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସବୁ ଦର୍ଶକ ଭାବ ପ୍ରବଣ ହୋଇଯାଇଥିଲେ । ସାଉଥ ଆଫ୍ରିକା ଇଂଲଣ୍ଡ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ ଦଳ ମଧ୍ୟ ଦମଦାର ଆରମ୍ଭ କରିଥିଲେ ଜେସନ ରୟ ଓ ଜୋଶ ବଟଲର ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୪ ଓଭରରେ ୩୭ ରନ କରିଥିଲେ ।

ତେବେ ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜା ପଞ୍ଚମ ଓଭର ବୋଲିଂ କରିବାକୁ ଆସିଥିଲେ । କେଶବ ମହାରାଜାଙ୍କ ପ୍ରଥମ ବଲରରେ ବଟଲର ଏକ ସଟ ମାରି ରନ ପାଇଁ ଦୌଡିଥିଲେ । ରୟ ମଧ୍ୟ ରନ ପାଇଁ ଦୌଡିଥିଲେ ।  କିନ୍ତୁ ରନ ନେଇ ଷ୍ଟମ୍ପ ପଛରେ ପଡ଼ିଯାଇଥିଲେ ରୟ ।  ପରେ ବହୁ ଚେଷ୍ଟା ପରେ ମଧ୍ୟ ଆଉ ଛିଡା ହୋଇପାରିନଥିଲେ ସେ । ତେବେ ଆହାତ କାରଣରୁ ଚଳିତ ବିଶ୍ବକପରୁ ବାହାରି ଯିବା ଆଶଙ୍କାରେ ପଡ଼ିଆ ମଝିରେ କାନ୍ଦିବାକୁ ଲାଗିଥିଲେ ରୟ । ଇଂଲଣ୍ଡ ଦଳର ଫିଜିଓ ଏହାପରେ ତାଙ୍କ ଚେକଅପ କରି ପଡ଼ିଆ ବାହାରକୁ ନେଇଯାଇଥିଲେ ।

ତେବେ ଏହି ଘଟଣା ପରେ ଆଉ ବ୍ୟାଟିଂ କରିବାକୁ ଆସିନଥିଲେ ରୟ । କିନ୍ତୁ ମ୍ୟାଚ ପରେ ସାଥୀ ଖେଳାଳିଙ୍କ ସହୟତାରେ ସାଉଥ ଆଫ୍ରିକା ଖେଳାଳିଙ୍କ ସହ ହାତ ମିଳାଉଥିବାର ନଜର ଆସିଥିଲେ । ତେବେ ଏବେ ରୟଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି ।  ଯଦି ରୟ ଚଳିତ ବିଶ୍ବକପରୁ ବାହାର ହୋଇଯାଆନ୍ତି ତେବେ ସେମିଫାଇନାଲ ଯାଇସାରିଥିବା ଇଂଲଣ୍ଡ ପାଇଁ ଏହା ଏକ ବଡ଼ ଝଟକ୍କା ହେବ ।

Leave a Reply