କନ୍ୟାଶ୍ରମରେ ଭାଇରାଲ ଏନସେଫାଲାଇଟିସ୍, ଆଜି ଆଉ ୪ ଛାତ୍ରୀ ଗୁରୁତର

1 min read

ସୋର :  ଚିନ୍ତା ବଢ଼ାଇଛି ସୋରର ପୁରୁବାଈ କନ୍ୟାଶ୍ରମରେ ଜାପାନୀଜ୍ ଜ୍ବର । ଆଜି ଆଉ ୪ ଗୁରୁତର ଛାତ୍ରୀଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ମେଡିକାଲରେ ମୋଟ୍ ୧୨ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ, ଏବେ ସୁଦ୍ଧା ୫ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ବାକି ୭ ଛାତ୍ରୀ ଗୁରୁତର ଥିବାରୁ ଚିକିତ୍ସା ଚାଲିଛି ।

ସେପଟେ ସାମାନ୍ୟ ଲକ୍ଷଣ ଥିବା ୧୪ ଛାତ୍ରୀଙ୍କର ସୋର ମେଡିକାଲରେ ଚାଲିଛି ଚିକିତ୍ସା । କନ୍ୟାଶ୍ରମରେ ସାମାନ୍ୟ ଲକ୍ଷଣ ଥିବା କିମ୍ବା ଲକ୍ଷଣ ନଥିବା ଛାତ୍ରୀଙ୍କୁ ଅବଜରଭେସନରେ ରଖାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ୨ଦିନ ହେବ ଚିକିତ୍ସା କରୁଛନ୍ତି । ସୋର ଗାନ୍ଧି ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଗତ ଚାରିଦିନ ତଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ଜାପାନୀ ଜ୍ବର ମଶା କାମୁଡ଼ିବା ଓ ଘୁଷୁରୀଙ୍କ ଦ୍ବାରା ହେଉଛି । ତେଣୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । କନ୍ୟାଶ୍ରମ ପରିସର ଥିବା ପରିମଳ ବ୍ୟବସ୍ଥା ସଜଡା ଯାଇଛି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ସୋର ବିଧାୟକ, ମୁନିସିପlଲିଟି ଅଧ୍ୟକ୍ଷ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ପଦକ୍ଷେପ ଗ୍ରହଣ କରିଥଲେ l