ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଐଶାନ୍ୟ କୋଣରେ ହେବ ଯଜ୍ଞ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ରେ ହେବ । ନୀତି ସବକମିଟି ପ୍ରସ୍ତାବ ଅନୁମୋଦିତ  ହୋଇଛି  । ଚାରି ଦ୍ବାରରେ ହେବ ଚାରିବେଦକୁ ନେଇ ପାରାୟଣ । ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ସମ୍ପର୍କରେ ଆଲୋଚନା ହୋଇଛି  । ଦୋଳବେଦୀ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା ନିର୍ମାଣ ହେବ । ଫଳରେ ବଡ଼ଦାଣ୍ଡରେ ହେଉଥିବା ଯାତ୍ରୀ ସମସ୍ୟା ଦୂରହେବ । ଗ୍ରୀନ କରିଡର ଭାବେ ଏହା କାର୍ଯ୍ୟ କରିବ । ଏହି ପ୍ରକଳ୍ପକୁ ଆଜି ଏନଓସି ଦିଆଯାଇଛି । ମନ୍ଦିର ଚାରିପଟେ ଯଜ୍ଞ ହେବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପରିବେଷଣ କରିବେ ସଂକୀର୍ତ୍ତନ । ଐଶାନ୍ୟ କୋଣରେ ଯଜ୍ଞ କରାଯିବ ।

ମାଟିତୋଟାରେ ହେଉଥିବା ଗୁରୁକୁଳ ବିଷୟରେ ବି ଆଲୋଚନା ହୋଇଛି  । ହରଚଣ୍ଡୀ ସାହିରେ ସେବକମାନଙ୍କ ବାସଗୃହ ସମ୍ପର୍କରେ ବି ଆଲୋଚନା ହୋଇଛି  । ବାଉଳି ମଠର ଉନ୍ନତି ଲାଗି ଦେବୋତ୍ତର କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି । ଚାରିଟି ସ୍ଥାନରେ ଦାନବାକ୍ସ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି  । ଚାରିଟି ଭକ୍ତନିବାସରେ ଭକ୍ତଙ୍କ ଲାଗି ସୁବିଧା ରହିବ ।ସେଠାରେ ଟିଭି ସଂଯୋଗ କରାଯିବ । ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଆରସିଏମ ଫାସିଲିଟି ସୁବିଧା ରହିବ । ରିଏମ୍ବର୍ସ କଷ୍ଟ୍ ଅଫ ମେଡିସିନ ବ୍ୟବସ୍ଥା କରାଯିବ । ୧୨ ହଜାର ଟଙ୍କାର ସିଲିଂରେ ବ୍ୟବସ୍ଥା କରାଯିବ । ସେବକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେବକଙ୍କ କନ୍ୟାଙ୍କ ବିବାହ ସହାୟତା ପରିମାଣ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବ୍ରତ ଘର ସହାୟତା ୩୦ ହଜାର ଟଙ୍କାକୁ ବୃଦ୍ଧି । ଶୁଦ୍ଧିକ୍ରିୟାରେ ସହାୟତା ୨୦ ହଜାର ଟଙ୍କାକୁ ବୃଦ୍ଧି ।

ଶିକ୍ଷାବୃତ୍ତି ୫ଜଣ ପୁଅ ଓ ୫ଜଣ ଝିଅଙ୍କୁ ଦିଆଯିବ । ପଞ୍ଚକ ସମୟରେ ଭିଡ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯିବ । ମନ୍ଦିରର ମାଲିକାନାରେ ଥିବା ବିଭିନ୍ନ ଅବ୍ୟବହୃତ ସମ୍ପତ୍ତିକୁ ଡିସପୋଜ କରି ସ୍ଥାୟୀ ସମ୍ପତ୍ତିରେ ପରିଣତ ଲାଗି ପ୍ରସ୍ତାବ ଦିଆଯାଇଛି । ରତ୍ନଭଣ୍ଡାର ସମ୍ପର୍କରେ ଏଏସଆଇ ସହ ଆଲୋଚନା । ଲେଜର ସ୍କାନିଂ ଲାଗି ଏଏସଆଇକୁ ଦିଆଯାଇଛି ଅନୁମତି । ସ୍କାନିଂ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆଉ କିଛି ସମୟ ପରେ ଏଏସଆଇ ସହ ଏନେଇ ବୈଠକ ହେବ ।