ନମାଜ ପାଠ ପରେ ଘାଟି ଛାଡ଼ି ନ ଯିବାକୁ କଶ୍ମୀରୀ ପଣ୍ଡିତଙ୍କୁ ଅପିଲ

1 min read

ଶ୍ରୀନଗର: ବିଗତ କିଛି ଦିନ ହେବ ଆତଙ୍କବାଦୀ କଶ୍ମୀରୀ ପଣ୍ଡିତମାନଙ୍କୁ ଟାର୍ଗେଟ କରୁଛନ୍ତି । ଏଥି ଯୋଗୁଁ ଘାଟି ଅଞ୍ଚଳରେ ହିଂସ ବଢ଼ିବାରେ ଲାଗିଛି । ଯାହା ଏବେ ସାଧାରଣ ଲୋକ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜମ୍ମୁ କଶ୍ମୀରରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି । ସମସ୍ତେ ଘଟଣାର ତୀବ୍ର ନିନ୍ଦା କରୁଛନ୍ତି ।

ଘାଟିରେ ରହୁଥିବା ଶାନ୍ତି ପ୍ରିୟ ମୁସଲମାନ ମଧ୍ୟ କଶ୍ମୀର ପଣ୍ଡିତଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । ୩୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଗତ ଶୁକ୍ରବାର ଘାଟି ଅଞ୍ଚଳର ପ୍ରାୟ ସମସ୍ତ ମସଜିଦରେ ନମାଜ ପାଠ ପରେ ଆତଙ୍କୀ କଡ଼ା ସନ୍ଦେଶ ଦିଆଯାଇଥିଲା । ଇସଲାମ୍ ଅନୁଯାୟୀ ନିରୀହ ଲୋକଙ୍କ ହତ୍ୟା ପାପ ବୋଲି କହିଛନ୍ତି । ସନ୍ଦେଶରେ କଶ୍ମୀରୀ ପଣ୍ଡିତ ଏବଂ ଅନ୍ୟ ଲୋକଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରାଯାଇଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଜୁମେ ନମାଜ ପରେ ମୌଲାନା ଏବଂ ମୁଫତିୟୋ କଶ୍ମୀରୀ ପଣ୍ଡିତି ଏବଂ ଅନ୍ୟ ହିନ୍ଦୁ ଅଳ୍ପସଂଖ୍ୟକଙ୍କୁ ଭରସା ଦେଇଛନ୍ତି ଯେ, ସେମାନେ ସମସ୍ତେ ତାଙ୍କ ସହିତ ଅଛନ୍ତି । ଏଣୁ ସେମାନେ କଶ୍ମୀର ଛାଡ଼ି ଯାଅନ୍ତୁନାହିଁ । ମୌଲାନା ଏବଂ ମୁଫତିୟୋ ଏହା କହିଛନ୍ତି । ଜୁମେ ନମାଜ ପରେ ବାରମୁଲାରେ ମୁସଲମାନ ସମୁଦାୟ ଶାନ୍ତି ମାର୍ଚ୍ଚ ମଧ୍ୟ ବାହାର କରିଥିଲେ । ବାରମୁଲା ବ୍ୟତୀତ କୁଲଗାମ, ସୋପିଆଁ, ଶ୍ରୀନଗର, ବନ୍ଦିପୋରା ଏବଂ କୁପଓ୍ୱାଡା ସ୍ଥିତ ମସଜିଦରୁ ମଧ୍ୟ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ କଡ଼ା ନିନ୍ଦା କରିଛନ୍ତି ।

ମସଜିଦ୍‌ରୁ ଜାରି ସନ୍ଦେଶରେ କୁହାଯାଇଛି ଯେ, ଆମେ ସମସ୍ତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବିରୋଧରେ ଏବଂ କଶ୍ମୀର ପଣ୍ଡିତଙ୍କୁ ସମର୍ଥନ ଜଣାଉଛୁ । ଶ୍ରୀନଗରର ଲାଲ ଚୌକ ଉପରେ ମଧ୍ୟ ନମାଜ ପରେ ସିଭିଲ ସୋସାଇଟି ସହ ସମ୍ପର୍କ ରଖୁଥିବା ଆତଙ୍କବାଦଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁଙ୍କ ବାପା-ମାଆ; କେନ୍ଦ୍ରୀୟ ଏଜେନ୍ସିଙ୍କ ଦ୍ୱାରା ତଦନ୍ତ ନେଇ କଲେ ଅନୁରୋଧ