ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ ସଟ୍‌ଡାଉନ୍

ଯାଜପୁର: ଭୟଙ୍କର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶୁକ୍ରବାର ଜିଲ୍ଳାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରସୁଲପୁର ଅନ୍ତର୍ଗତ ବ୍ରହ୍ମବରଦା ଅଂଚଳକୁ ଆଜି ଜିଲ୍ଳାପାଳ ସଟଡାଉନ୍ ଘୋଷଣା କରିଥିଲେ । ଏଥିସହ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ଆଖପାଖାପାଖି ଅଞ୍ଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର ଓ ଚାରିନଙ୍ଗଳ ଅଞ୍ଚଳରେ ଶନିବାର ରାତି ୮ଟା ଠରୁ ସୋମବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

Leave a Reply