ରାଜସ୍ଥାନ ପୋଲିସର ୧୪ ଇନସପେକ୍ଟର ଗିରଫ, ଲିକ୍ ପେପର ସାହାଯ୍ୟରେ ହୋଇଥିଲେ ପାସ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ପୋଲିସ ସବଇନସ୍ପେକ୍ଟର ଭର୍ତ୍ତି ପରୀକ୍ଷା ୨୦୨୧ ର ପେପର ଲିକ୍ ଘଟଣା  । ସାମ୍ନାକୁ ଆସିଲା ବଡ଼ ଖୁଲାସା । ଲିକ୍ ପେପର ସାହାଯ୍ୟରେ ପାସ୍ ହୋଇଥିଲେ ପରୀକ୍ଷାର୍ଥୀ । ଏହି ଘଟଣାରେ ଗିରଫ ହୋଇଥିବା ୧୪ ଟ୍ରେନି ପୋଲିସଙ୍କ  ମଧ୍ୟରେ ପୋଲିସ ଡିଏସପିଙ୍କ ପୁଅ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଡିଏସପିଙ୍କ ପୁଅ କରଣପାଲ ଗୋଦାରା ଏହି ପରୀକ୍ଷାରେ ୨୨ନଂ ରାଙ୍କ ହାସଲ କରିଥିଲେ  । ସୂଚନା ଅନୁସାରେ କରଣପାଲଙ୍କ ପିତା ଓମପ୍ରକାଶ ଗୋଦାରା ଏବେ ନାଗୌର ଠାରେ ପୋଲିସ ଉପାଧ୍ୟକ୍ଷ ଅଛନ୍ତି । ଗିରଫ ହୋଇଥିବା ୧୪ ତାଲିମପ୍ରାପ୍ତ ପୋଲିସଙ୍କର ଆଜି ଫଟୋ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରେ ଟପ୍ପର ନରେଶ କୁମାରଙ୍କୁ ମଧ୍ୟ ଗରିଫ କରାଯାଇଛି ।

ପୋଲିସ ଅନୁଯାୟୀ, ଏହି ମାମଲାରେ ପେପର ଲିକ୍ ହେଇଥିବା ଜୟପୁରର ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ରାଜେଶ ଖଡେଲଓ୍ୱାଲଙ୍କୁ ମଧ୍ୟ ଗରଫ କରାଯାଇ ପଚରାଉଚରା କରାଯାଉଛି । ଗିରଫ ହୋଇଥିବା ଟ୍ରେନି ପୋଲିସଙ୍କ ମଧ୍ୟରୁ ଅଧିକାଂଶ ଜାଲୋର , ସାନଚୋର, ବାରମର୍, ଯୋଧପୁର ଏବଂ ଚୁରୁ ଜିଲ୍ଲାର ଅଟନ୍ତି ।