ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁ ଦୋଷୀ ସାବ୍ୟସ୍ତ

ଗାନ୍ଧୀନଗର: ଆତ୍ମଘୋଷିତ ଭଗବାନ ଆସାରାମ ବାପୁଙ୍କୁ ଆଉ ଏକ ଝଟକା । ଗୁଜୁରାଟର ଗାନ୍ଧୀନଗର କୋର୍ଟ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁରଟର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରା ଆଶ୍ରମରେ ଆସାରାମ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା କରିଥିଲେ । ମଙ୍ଗଳବାର କୋର୍ଟ ଏହି ମାମଲାରେ ଆସାରାମଙ୍କୁ ଦଣ୍ଡିତ କରିବେ ।

ଏହି ମାଲମାରେ ଆସାରାମଙ୍କ ପୁଅ ନାରାୟଣ ସାଇ, ସ୍ତ୍ରୀ ଲକ୍ଷ୍ମୀ, ଝିଅ ଭାରତୀ ଏବଂ ଅନ୍ୟ ୪ ମହିଳା ଅନୁଗାମୀ ମଧ୍ୟ ଅଭିଯୁକ୍ତ ଥିଲେ । କୋର୍ଟ ଆଜି ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ପୂର୍ବରୁ ଜୋଧପୁର କୋର୍ଟ ୨୫ ଏପ୍ରିଲ ୨୦୧୮ରେ ଆସାରାମଙ୍କୁ ୨୦୧୩ରେ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୩୧ ଅଗଷ୍ଟ ୨୦୧୩ରେ ଜୋଧପୁର ପୋଲିସ ତାଙ୍କୁ ଗିରଫ କରିଥିଲେ । ସେବେଠୁ ସେ ଜେଲରେ ବନ୍ଦୀ ଅଛନ୍ତି ।