ଜାକଲିନ୍‌ଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ସୁକେଶ ଦେଇଥିଲେ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ବିଲେଇ

1 min read

ନୂଆଦିଲ୍ଲୀ: ଚର୍ଚ୍ଚାରେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ। ବଲିଉଡରେ ଚହଳ ପକାଇଥିବା ସୁନ୍ଦରୀ ଏବେ ED କବ୍ଜାରେ। ବଲିଉଡ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଠକ ସୁକେଶ ଚନ୍ଦ୍ରଶେଖର ଏହି ସବୁ ସଂପତ୍ତି ଜ୍ୟାକଲିନଙ୍କ ନାଁରେ କରିଥିଲା। ଜବତ ସଂପତ୍ତି ମଧ୍ୟରେ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ମଧ୍ୟ ରହିଛି। ଜ୍ୟାକଲିନଙ୍କୁ ଠକେଇ ପଇସାରେ ୫ କୋଟି ୭୧ ଲକ୍ଷ ଟଙ୍କା ମୂଲ୍ୟର ଉପହାର ଦେଇଥିଲା ସୁକେଶ ଚନ୍ଦ୍ରଶେଖର। ଏହାଛଡା ଜ୍ୟାକଲିନଙ୍କ ନିକଟ ସଂପର୍କୀୟଙ୍କୁ ୧ ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଓ ୨୭ ହଜାର ଅଷ୍ଟ୍ରେଲୀୟ ଡଲାର ବି ପ୍ରଦାନ କରିଥିଲା ଚନ୍ଦ୍ରଶେଖର। ସେପଟେ ୫ ଡିସେମ୍ବର ୨୦୨୧ରେ ଜ୍ୟାକଲିନ୍ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ଯିବାକୁ ଦିଆଯାଇନଥିଲା ।

ସୂଚନା ଅନୁଯାୟି ଜାକଲିନ୍ ଏବଂ ସୁକେଶଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଜାକଲିନଙ୍କୁ ଖୁସି କରିବା ପାଇଁ ସୁକେଶ ଖର୍ଚ୍ଚ କରୁଥିଲେ ପୁଳା ପୁଳା ଟଙ୍କା। ଦେଉଥିଲେ ସୁନା ଓ ହୀରା ଅଳଙ୍କାର ପରି ଦାମି ଦାମି ଗିଫ୍ଟ। ଖାଲି ସେତିକି ନୁହେଁ, ଜାକଲିନଙ୍କୁ ଘୋଡ଼ା ଏବଂ ବିଲେଇ ବହୁତ ପସନ୍ଦ। ସେଥିପାଇଁ ଜାକଲିନଙ୍କୁ ଇମ୍ପ୍ରେସ୍ କରିବା ପାଇଁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯-୯ ଲକ୍ଷ ଟଙ୍କାର ୪ଟି ପର୍ସିଆନ୍ ବିଲେଇ ଗିଫ୍ଟ କରିଥିଲେ। ଯଦି ହିସାବ କରିବା ତେବେ ସୁକେଶ ୧୦ କୋଟିରୁ ଅଧିକ ଟଙ୍କା ଜାକଲିନଙ୍କ ପାଇଁ ଖର୍ଚ୍ଚ କରିଥିଲେ।

ତଦନ୍ତ ସମୟରେ ସୁକେଶ କେମିତି ଜାକଲିନଙ୍କୁ ଇମ୍ପ୍ରେସ୍ ପାଇଁ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରୁଥିଲେ ତାହା ସାମ୍ନାକୁ ଆସିଥିଲା। ଜ୍ୟାକଲିନଙ୍କ ଯିବା ଆସିବା ପାଇଁ ସୁକେସ ବୁକ୍ କରିଥିଲେ ଅନେକ ଚାର୍ଟାର୍ଡ ଫ୍ଲାଇଟ୍। ଦିଲ୍ଲୀରୁ ମୁମ୍ବାଇ ଏବଂ ସେହିଠାରୁ ଚେନ୍ନାଇକୁ ବୁକ୍ ହୋଇଥିଲା ଚାର୍ଟାର୍ଡ ଫ୍ଲାଇଟ୍। ଖାଲି ସେତିକି ନୁହେଁ ଜାକଲିନଙ୍କ ପାଇଁ ପାଞ୍ଚ ତାରକା ହୋଟେଲରେ ରହିବାର ଖର୍ଚ୍ଚ ମଧ୍ୟ ସୁକେଶ ବହନ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସୁକେଶ ଏବଂ ଜାକନଲିନଙ୍କ ମଧ୍ୟରେ ମାତ୍ର ୩ଥର ଦେଖା ହେବାର ସୂଚନା ଇଡି ହାତରେ ଲାଗିଛି। ଯାହାପରେ ଜାକଲିନଙ୍କ ପଛରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ସୁକେଶଙ୍କ ସହ ଜାକଲିନ୍ ୩ ଥର ଦେଖା ହୋଇଥିବା ଠୋସ ପ୍ରମାଣ ଇଡି ହାତରେ ଲାଗିଛି। ଯଦି ୩ ଥର ଦେଖାରେ ସୁକେଶ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ତେବେ ଆଗକୁ ଯଦି ଆହୁରି ଅଧିକ ଥର ଦେଖା ହୋଇଥିବା ପ୍ରମାଣ ମିଳେ ତେବେ ଟଙ୍କାର ଖର୍ଚ୍ଚ କେତେ ହେବ ତାହା ଆପଣ ଅନୁମାନ କରନ୍ତୁ।

ଦୁଇଜଣଙ୍କ ଭିତରେ ଲଭ ରିଲେସନ ଥିବା ସୁକେଶ କହୁଥିବା ବେଳେ ଜାକଲିନ୍ କିନ୍ତୁ ଏହାକୁ ମନା କରିଦେଇଛନ୍ତି। ଯଦି ଦେଖିବା ଜାକଲିନ୍ ଏବଂ ସୁକେଶଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକକୁ ପ୍ରମାଣିତ କରୁଛି ଦୁହିଁଙ୍କ ମଧ୍ୟରେ ଥିବା କିଛି ଫଟୋ । ପାଞ୍ଚ ତାରକା ହୋଟେଲରେ ଥିବା ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତଦନ୍ତରୁ ଜଣାପଡ଼ିଛି ଯେ ସୁକେଶ ତିହାଡ ଜେଲରେ ଥିବା ସମୟରେ ଅନେକ ଥର ଫୋନ୍ରୁ ଜାକଲିନ୍‌ଙ୍କ ସହ କଥା ହୋଇଛନ୍ତି।

ନିଜକୁ ଜ୍ୟାକଲିନଙ୍କ ପ୍ରେମିକ ଭାବେ ପରିଚୟ ଦେଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଠକେଇ ଓ ଜୋର ଜବରଜଦସ୍ତ ଚାନ୍ଦା ଆଦାୟ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ତାମିଲନାଡୁ ରାଜନେତା ଟିଟିଭି ଦିନକରନଙ୍କ ସଂପର୍କିତ ଏକ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୧୭ ଏପ୍ରିଲ ୪ ତାରିଖରେ ଗିରଫ କରିଛି।