ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ସମସ୍ତଙ୍କ କର୍ତ୍ତବ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ତେଣୁ ଓଡିଶା ବାହାରେ ଥିବା ପ୍ରବାସୀ ଓଡିଆ ଏବେ ଫେରିଆସିବା ଉଚିତ କି ନୁହେଁ, ସେ ପ୍ରଶ୍ନ ଅପ୍ରାସଙ୍ଗିକ । ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇଆଣି ପ୍ରିୟଜନଙ୍କୁ ଏକାଠି କରିବା ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମ୍ପୁର୍ଣ୍ଣ ସମାଜ ଏକାଠି ହେବା ସହ ସାମାଜିକ ଚିନ୍ତାଧାରା ସୃଷ୍ଟି ହେବାର ଆବଶ୍ୟକତା ରହିଛି ।

ଘର ଲେଉଟିବାକୁ ଥିବା ସବୁ ଓଡିଆଙ୍କୁ ସହଯୋଗ କରିବା ପାଇଁ ଆଇନ କାନୁନକୁ ସମ୍ମାନ ଦିଅନ୍ତୁ ଓ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କରୋନା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ରାଜ୍ୟର ମାଟି, ପାଣି, ପବନ ଉପରେ ସହରାଞ୍ଚଳର ଲୋକଙ୍କ ଯେତିକି ଅଧିକାର ସୁରଟ କି ଅନ୍ୟ ସ୍ଥାନରେ ଫସିଥିବା ପ୍ରବାସୀ ଓଡିଆଙ୍କ ଅଧିକାରୀ ବି ସେତିକି । ତେଣୁ ବିପର୍ଯ୍ୟୟ ଟଳିବା ଯାଏଁ ସରକାର ଓ ସମାଜକୁ ସମନ୍ୱିତ ହେବାକୁ ପଡିବ ।

Leave a Reply