ଓଡ଼ିଶା କ୍ଯାଡର ଆଇପିଏସ ଅଫିସର ରାଜେଶ ପଣ୍ଡିତ ସସପେଣ୍ଡ
1 min read
ଭୁବନେଶ୍ୱର : ନିଲମ୍ବିତ ହେଲେ ଆଇପିଏସ ଅଫିସର ପଣ୍ଡିତ ରାଜେଶ । DIG ଭାବେ ଫାୟାର ସର୍ଭିସ ଓ ହୋମଗାର୍ଡ ଦାୟିତ୍ୱରେ ଥିଲେ ରାଜେଶ ପଣ୍ଡିତ । ୨୦୦୭ ବ୍ୟାଚର ଏହି ଆଇପିଏସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।କ୍ୟାପିଟାଲ ଥାନା ଅଧିନରେ ଗତ ୨୭ ତାରିଖ ରାତିରେ ଘଟିଥିବା ଏକ ଘଟଣାକୁ ନେଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହ ବିଭାଗ। ଏ ନେଇ ଗୃହ ବିଭାଗ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଡିଜିପି। ନିଲମ୍ବନ ଅବଧି ସମୟରେ ହେଡ କ୍ବାର୍ଟର ଛାଡି ବିନା ଅନୁମତିରେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ।