ଅନିଶ୍ଚିତତା ମଧ୍ୟରେ KKRର ପ୍ଳେ-ଅଫ୍‌ ସ୍ୱପ୍ନ: ଜାଣନ୍ତୁ କେମିତି ପାଇପାରିବ ପ୍ଳେ-ଅଫ୍‌ରେ ସ୍ଥାନ

1 min read

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଗୁରୁବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୬ ଓ୍ୱିକେଟରେ ବିଜୟୀ ହୋଇଛି । ଚେନ୍ନାଇର ଏହି ବିଜୟର ଫାଇଦା ସିଧା ସଳଖ ମୁମ୍ୱାଇ ଇଣ୍ଡିଆନ୍ସକୁ ମିଳିଛି । ଚେନ୍ନାଇର ଏହି ବିଜୟ ପରେ ମୁମ୍ୱାଇ ସିଧାସଳଖ ପ୍ଳେ-ଅଫରେ ସ୍ଥାନ ପାଇଛି । ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ପାଇଁ ପ୍ଳେ-ଅଫରେ ସ୍ଥାନ ପାଇବା କଷ୍ଟକର ହୋଇପଡ଼ିଛି । ପୂର୍ବ ମ୍ୟାଚ୍‌ରେ କୋଲକାତା କୋହଲୀଙ୍କ ଆରସିବିଠାରୁ ହାରିବା ପରେ ଗୁରୁବାର ଚେନ୍ନାଇ ବିପକ୍ଷ ମ୍ୟାଚରେ  ପୁଣି ପରାଜୟର ସମ୍ମୁଖୀନ ହୋଇଛି । ଏଭଳି ସ୍ଥିତିରେ ପଏଣ୍ଟ ତାଲିକାର ୫ ନମ୍ୱର ସ୍ଥାନରେ ଥିବା କୋଲକାତା ନାଇଟ ରାଇଡର୍ସ ପ୍ଳେ-ଅଫକୁ ଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଦେଖାଦେଇଛି ।

କ’ଣ କହୁଛି ସମୀକରଣ

ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚ୍‌ରେ ହାରିବା ପରେ କୋଲକାତା ନାଇଟ ରାଇଡର୍ସ ଆଉ ଗୋଟିଏ ମ୍ୟାଚ୍ ଖେଳିବାକୁ ଅଛି । ଅର୍ଥାତ ବାକି ଥିବା ଆଉ ଗୋଟିଏ ମ୍ୟାଚ୍‌ରେ ଯଦି କୋଲକାତା ବିଜୟୀ ତେବେ ତାହାର ମୋଟ ସ୍କୋର ହେବ ୧୪ ପଏଣ୍ଟ । ଏଭଳି ସ୍ଥିତିରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ୨ଟି ମ୍ୟାଚ୍ ହାରିବାକୁ ପଡ଼ିବ । ଏଥିସହିତ ରାଜସ୍ଥାନ ରାୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏରୁ ଅଧିକ ମ୍ୟାଚ୍‌ ନ ଜିତିବା ଦରକାର । ଏଭଳି ସ୍ଥିତିରେ ୧୪ ଅଙ୍କ ସହିତ କେକେଆର ଚତୁର୍ଥ ସ୍ଥାନରେ ରହିବ ଏବଂ ପ୍ଳେ-ଅଫରେ ସ୍ଥାନ ମିଳିପାରିବ ।

Leave a Reply