RCBର ଏହି ଖେଳାଳିଙ୍କୁ ବେଷ୍ଟ ଫ୍ରେଣ୍ଡଙ୍କ ସହ ମିଶି ପତ୍ନୀ ଦେଇଥିଲେ ଧୋକା, ଏମିତି କଲେ କମବ୍ୟାକ୍

IPL 2022 Dinesh Karthik Story Murali Vijay Dipika Pallikal

ନୂଆଦିଲ୍ଲୀ: ଆତ୍ମହତ୍ୟା କରିଥାନ୍ତେ ଦିନେଶ କାର୍ତ୍ତିକ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପାଇଁ ଖେଳୁଥିବା ଦିନେଶ ଏବେ ଭଲ ଫର୍ମରେ ଅଛନ୍ତି । ୩୬ ବର୍ଷୀୟ ଦିନେଶ କାର୍ତ୍ତିକ ନିଜ ଦମରେ ଦଳକୁ ଜିତାଉଛନ୍ତି । ତାଙ୍କରି ବୟସର ଖେଳାଳି କ୍ରିକେଟକୁ ବାଏ ବାଏ କହୁଥିବା ବେଳେ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ବିତ କରିଛି । ତେବେ ସଫଳତାର ସିଡ଼ି ଚଢ଼ି ଏତେ ବାଟ ପହଞ୍ଚିବା ସହଜ ନଥିଲା ଦିନେଶ କାର୍ତ୍ତିକଙ୍କ ପାଇଁ ।

୨୦୦୭ରେ ବିବାହ କରିଥିବା ଦିନେଶ ୨୦୧୨ରେ ପତ୍ନୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଆଉ ଏହା ହିଁ ଥିଲା ତାଙ୍କ ପତ୍ତନର କାରଣ । ୨୦୦୭ରୁ ୨୦୧୧ ମସିହା ମଧ୍ୟରେ ୱିକେଟ୍ କିପର ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ବିକଳ୍ପ ଥିଲା ଦିନେଶ । ଧୋନି ଦଳରୁ ବିଶ୍ରାମ ନେଲେ ଦିନେଶ ୱିକେଟ୍ କିପର ରହୁଥିଲେ । ଭାରତୀୟ ଦଳ ସହ ଘରୋଇ କ୍ରିକେଟରେ ଚମତ୍କାର ଥିଲା ଦିନେଶଙ୍କ ପ୍ରଦର୍ଶନ । ଭଲ ପ୍ରଦର୍ଶନ ପାଇଁ ଦିନେଶ ତାମିଲନାଡ଼ୁ ଟିମର ଅଧିନାୟକ ହୋଇଥିଲେ । କିନ୍ତୁ ଗୋଟିଏ ଝଟକା ସବୁକିଛି ବିଗାଡ଼ି ଦେଲା ।

IPL 2022 Dinesh Karthik Story Murali Vijay Dipika Pallikal-

ପିଲାଦିନର ସାଙ୍ଗ ନିକିତା ବଞ୍ଜାରାକୁ ୨୦୦୭ରେ ବିବାହ କରିଥିଲେ ଦିନେଶ । ବିବାହର କିଛିବର୍ଷ ପରେ ଦିନେଶଙ୍କ ସାଙ୍ଗ ତଥା ଦଳର ସାଥୀ ଖେଳାଳି ମୂରଲୀ ବିଜୟଙ୍କ ସହ ନିକିତାଙ୍କ ଆଫେୟାର୍ ଆରମ୍ଭ ହୋଇଥିଲା । ଆଉ ନିକିତା, ମୂରଲୀଙ୍କ ଛୁଆର ମାଆ ହେବାକୁ ଯାଉଥିଲେ । ଏକଥା କାର୍ତ୍ତିକଙ୍କୁ ଛାଡ଼ି ତାମିଲନାଡ଼ୁର ସମସ୍ତ ଖେଳାଳି ଜାଣିଥିଲେ । ଆଉ ହଠାତ୍ ଗୋଟିଏ ଦିନ ନିକିତା, କାର୍ତ୍ତିକଙ୍କୁ ଗୁପ୍ତ ସମ୍ପର୍କ ନେଇ କହିବା ସହ ଛାଡ଼ପତ୍ର ମାଗିଥିଲେ ।

IPL 2022 Dinesh Karthik Story Murali Vijay Dipika Pallikal-

ଛାଡ଼ପତ୍ର ପରେ ନିକିତା, ମୂରଲୀ ବିଜୟଙ୍କ ସହ ରହିଥିଲେ । ସମୟ ବଦଳିବା ସହ ମୂରଲୀ ଆଇପିଏଲରେ ଚେନ୍ନାଇ ପାଇଁ ଖେଳି ଭଲ ପ୍ରଦର୍ଶନ କରୁଥିଲେ । ଭାରତୀୟ ଦଳରେ ବି ମୂରଲୀଙ୍କୁ ସୁଯୋଗ ମିଳିଲା । ଅନ୍ୟପଟେ ବିଚ୍ଛେଦ ଦୁଃଖରେ ଭାଙ୍ଗି ପଡ଼ିଥିବା ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଖରାପ ହେବା ସହ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ଏପରିକି ଖରାପ ପ୍ରଦର୍ଶନ ପାଇଁ ତାମିଲନାଡ଼ୁ ଅଧିନାୟକ ପଦରୁ ଦିନେଶ କାର୍ତ୍ତିକଙ୍କୁ ହଟାଇ ମୂରଲୀ ବିଜୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାରି ଭିତରେ ଡିପ୍ରେସନକୁ ଚାଲି ଯାଇଥିଲେ ଦିନେଶ କାର୍ତ୍ତିକ । ଜୀବନ ଏତେ କଷ୍ଟକର ହୋଇ ପଡ଼ିଥିଲା ଯେ ସେ ଆତ୍ମହତ୍ୟା କରିବାକୁ ବାରମ୍ବାର ଭାବୁଥିଲେ ।

IPL 2022 Dinesh Karthik Story Murali Vijay Dipika Pallikal-

ଏପରିକି ଟ୍ରେନିଂ ମଧ୍ୟ ଛାଡ଼ି ଦେଇଥିଲେ ଦିନେଶ କାର୍ତ୍ତିକ । ଜିମ୍ ଯିବା ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ ତାଙ୍କ ଟ୍ରେନର । ଘରକୁ ଆସି ଦେଖନ୍ତି ତ ଦେବଦାସ ଭଳି ଦାଢ଼ି ଛାଡ଼ି ଘରକୋଣରେ ବସିଛନ୍ତି ଦିନେଶ କାର୍ତ୍ତିକ । ଆଉ ଟ୍ରେନର ତାଙ୍କୁ ଟ୍ରେନିଂ ପୁଣି ଆରମ୍ଭ ପାଇଁ ପ୍ରବର୍ତ୍ତାଇ ଥିଲେ । ଦିନେଶ ଟ୍ରେନରଙ୍କ କଥା ମାନିବା ସହ ଜିମ୍ ଯିବା ଆରମ୍ଭ କରିଥିଲେ । ଜିମରେ ଦିନେଶ, ଦୀପିକା ପଲ୍ଲିକଲଙ୍କୁ ଭେଟିଥିଲେ । କିଛିଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ନେଇଥିଲା ପ୍ରେମର ରୂପ । ଦିନେଶ କାର୍ତ୍ତିକ ପୁରୁଣା ଫର୍ମକୁ ଫେରିବା ସହ ଭାରତୀୟ ଦଳକୁ ମଧ୍ୟ ଫେରିଥିଲେ । ଦୀପିକାକୁ ବିବାହ କରିବା ସହ ଆଇପିଏଲରେ କୋଲକାତା ଦଳର ଅଧିନାୟକ ହୋଇଥିଲେ । ଏବେ ଆଇପିଏଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପାଇଁ ଖେଳୁଛନ୍ତି ଦିନେଶ କାର୍ତ୍ତିକ ।