ଓଡ଼ିଶାରେ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ ୧୯ ଦେଶର ଖେଳାଳି

ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୨୫ରୁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଯେଉଁଥିରେ ସାରା ବିଶ୍ୱର ୩୫୦ ଜଣ ବଛା ବଛା ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ହାଇଦ୍ରାବାଦ ଓପନ ବନ୍ଦ ହେବା ପରେ ଚଳିତ ବର୍ଷଠୁ ଓଡ଼ିଶା ଓପନ ଆରମ୍ଭ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ୫୫ରୁ ୬୦ ଲକ୍ଷ ଟଙ୍କା ରହିଛି ।

ଆସନ୍ତା ୨୦ ତାରିଖରେ କେଉଁ ଦେଶରୁ କେତେ ଖେଳାଳି ଆସିବେ ତା’ର ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । କୋଭିଡ଼ ପାଇଁ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ସାଇନା ନେହୱାଲ ଏବଂ ପି. କଶ୍ୟପଙ୍କ ଭଳି ଷ୍ଟାର ଖେଳାଳି ଏହି ପ୍ରତିଯୋଗିତାରେ ଖେଳିବେ । ଭାରତ ସହ ମାଲେସିଆ, ଥାଇଲାଣ୍ଡ, ଜାପାନ, ଶ୍ରୀଲଙ୍କା, ବାଲାଂଦେଶ ଭଳି ୧୯ଟି ଦେଶର ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

 

Leave a Reply