ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଏହି ପ୍ଲାନ । ଆକ୍ସନ ପ୍ଲାନକୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି । ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର ।