ହମାସ ହମଲାରେ ଭାରତୀୟ ମହିଳାଙ୍କ ମୃତ୍ୟୁ

Gaza

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ । ଇସ୍ରାଏଲ ଉପରେ ଇସଲାମିକ ଆତଙ୍କବାଦୀ ସଂଗଠନ ହମାସ ରକେଟ୍ ଆକ୍ରମଣ କରୁଛି । ସୋମବାରଠାରୁ ଏପର୍ଯ୍ୟନ୍ତ ଇସ୍ରାଏଲ ଉପରେ ହମାସ ୩୦୦ ରକେଟ୍ ମାଡ କରିଛି । ହମାସର ରକେଟ୍ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଭାରତୀୟ ମହିଳା । ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୩୫ ପାଲେଷ୍ଟାଇନ୍ ଓ ୩ ଜଣ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଲେଣି ।

ବିବିସି ରିପୋର୍ଟ ଅନୁସାରେ ସୋମବାରଠାରୁ ମଙ୍ଗଳବାର ମଧ୍ୟରେ ହମାସ ଇସ୍ରାଏଲୀ ସୀମା ଭିତରକୁ ୩ଶହ ରକେଟ୍ ମାଡ କରିଛି । ଅନ୍ୟପକ୍ଷରେ ଇସ୍ରାଏଲ ଏହାର ଯବାବରେ ପାଲେଷ୍ଟାଇନର ୧୫୦ ସ୍ଥାନ ଉପରେ ଆକ୍ରମଣ କରିଛି । ଇସ୍ରାଏଲର ଦାବି ଯେ, ହମାସ ରକେଟ ମଧ୍ୟରୁ ୯୦ ପ୍ରତିଶତକୁ ଆକାଶରେ ହିଁ ଧ୍ୱଂସ କରାଯାଇଛି । ଅତ୍ୟାଧୁନିକ ଆଇରନ୍ ଡୋମ୍ ସିଲ୍ଡ ରକେଡ୍ ଆକ୍ରମଣକୁ ପ୍ରତିହତ କରିଥିବା ଇସ୍ରାଏଲ ଦାବି କରୁଛି ।

Indian woman in Israel killed in rocket attack by Palestinian militants from Gaza

ହମାସ ହିଂସାର ଶିକାର ହୋଇଥିବା ଭାରତୀୟ ମହିଳାଙ୍କ ନାମ ହେଉଛି ସୌମ୍ୟା ସନ୍ତୋଷ । ସେ ଗତ ୭ ବର୍ଷ ଧରି ଇସ୍ରାଏଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଇସ୍ରାଏଲ କବଜାରେ ଥିବା ଗାଜା ଷ୍ଟ୍ରିପର ଆସ୍କୋଲାନ ସହରର ଏକ ପରିବାରର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ସେ ଦେଖାଶୁଣା କରୁଥିଲେ । ମଙ୍ଗଳବାର ଦିନ ସେ ରହୁଥିବା ଘର ଉପରେ ରକେଟ୍ ପଡିଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।

Indian woman in Israel killed in rocket attack by Palestinian militants from Gaza

ସୌମ୍ୟା ସନ୍ତୋଷଙ୍କ ନିଜ ଘର କେରଳର ଇଡୁକି । ସୌମ୍ୟାଙ୍କ ସ୍ୱାମୀ ଓ ୯ ବର୍ଷର ପୁଅ କେରଳରେ ରୁହନ୍ତି । ରୋଜଗାର ପାଇଁ ୭ ବର୍ଷ ତଳେ ସେ କେରଳ ଛାଡି ଇସ୍ରାଏଲ ଯାଇଥିଲେ । ସୌମ୍ୟାଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ.ଜୟସଂକର ଶୋକବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସୌମ୍ୟାଙ୍କ ମରଶରିରକୁ ଭାରତ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେଇଛି ।

ଇସ୍ରାଏଲର ଅଭିଯୋଗ ଯେ,ହମାସ ବେସାମରିକ ଅଂଚଳକୁ ଟାର୍ଗେଟ୍ କରୁଛି । ହମାସର ହମଲାକୁ ଦେଖି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଗାଜା ଷ୍ଟ୍ରିପର ଇସ୍ରାଏଲ ଅଧିକୃତ ଅଂଚଳରେ ଜରୁରୀକାଳିନ ପରିସ୍ଥିତି ଜାରି କରିଛନ୍ତି ।

Indian woman in Israel killed in rocket attack by Palestinian militants from Gaza

ସୂଚନାଯୋଗ୍ୟ ଯେ, ପୂର୍ବ ଜେରୁଜେଲମରୁ ପାଲେଷ୍ଟାଇନ୍ ପରିବାରଙ୍କୁ ବାହାରିଯିବାକୁ ଧମକ ମିଳିବା ପରେ ହମାସ ଏହି ଆକ୍ରମଣ କରିଥିଲା । ଜେରୁଜେଲମର ନିୟନ୍ତ୍ରଣ କୁ ନେଇ ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ନୂଆ ନୁହେଁ । ଇସ୍ରାଏଲର ଗଠନ ପରଠାରୁ ଓ ୧୯୬୭ର ୭ ଦିନିଆ ଯୁଦ୍ଧ ପରଠାରୁ ମଝିରେ ମଝିରେ ଏଭଳି ହିଂସାତ୍ମକ ଘଟଣା ଦେଖିବାକୁ ମିଳେ । ୧୯୪୮ରେ ଗଠିତ ଇସ୍ରାଏଲକୁ ଆରମ୍ଭରୁ ହିଁ ଆରବର ମୁସଲିମ୍ ରାଷ୍ଟ୍ର ନାପସନ୍ଦ କରୁଥିଲେ । ଇହୁଦି ରାଷ୍ଟ୍ର ଇସ୍ରାଏଲର ଜନ୍ମ ସହ ଏହାକୁ ଧ୍ୱଂସ କରିବାକୁ ଆରବ ଦୁନିଆରେ ଦାବି ଉଠିଥିଲା । ତେଣୁ ଇସ୍ରାଏଲର ଜନ୍ମ ସହିତ ଏହା ଉପରେ ଆକ୍ରମଣ ହୋଇଥିଲା । ତେବେ ଇସ୍ରାଏଲ ଏହି ଆକ୍ରମଣକୁ ପ୍ରତିହତ କରିଥିଲା । ତେବେ ୧୯୬୭ର ଯୁଦ୍ଧରେ ଆରବର ପ୍ରମୁଖ ଶକ୍ତି ମିଶରକୁ ପରାସ୍ତ କରିବା ପରେ ଇସ୍ରାଏଲ ମଧ୍ୟପ୍ରାଚ୍ୟର ସର୍ବଶ୍ରଷ୍ଠ ଶକ୍ତି ଭାବେ ଉଭା ହୋଇଥିଲା ।

୧୯୯୦ ଦଶକର ମଧ୍ୟ ଭାଗରେ ଭାରତ ସରକାର ଇସ୍ରାଏଲକୁ ସ୍ୱାଧିନ ରାଷ୍ଟ୍ର ଭାବେ ସ୍ୱୀକୃତି ଦେଇଥିଲେ । ଦୀର୍ଷ ୫୦ ବର୍ଷ ପର୍ଯ୍ୟନ୍ତ ଭାରତ ଆରବ ଲବି ଚାପରେ ଇସ୍ରାଏଲକୁ ସ୍ୱାଧିନ ରାଷ୍ଟ୍ର ଭାବେ ସ୍ୱୀକାର କରୁନଥିଲା । ତେବେ ପିଭି ନରସିଂହ ରାଓଙ୍କ ଅମଳରେ ଭାରତ ଇସ୍ରାଏଲକୁ ସ୍ୱୀକୃତି ଦେବା ସହିତ ଦୁଇ ଦେଶ ମଧ୍ୟରେ ସଂପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ଭାରତ ଓ ଇସ୍ରାଏଲ ମଧ୍ୟରେ ଏବେ ସଂପର୍କ ବେଶ ଦୃଢ ।

Leave a Reply