କଳିଙ୍ଗରେ ପୁଣି ଫୁଟବଲ କ୍ରେଜ୍: ଏଥର ଲୋକାର ପ୍ଲେୟାରଙ୍କ ଜଲଓ୍ବା

1 min read

ଭୁବନେଶ୍ବର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ସୁପର ଲିଗ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଓଡ଼ିଶା ଏଫସି । କଳିଙ୍ଗ ଷ୍ଟାଡିୟମରେ ଆଇଏସ୍ଏଲର ଘରୋଇ ଫୁଟବଲ୍ ପ୍ରତିଯୋଗିତା ଖେଳିବ ଓଡ଼ିଶା ଏଫସି । ଚଳିତ ସିଜନରେ ଓଡ଼ିଶା ଏଫସି ବିଭିନ୍ନ ଷ୍ଟାଡ଼ିୟମରେ ମୋଟ ୨୦ଟି ମ୍ୟାଚ ଖେଳିବାକୁ ସୂଚି ରହିଥିବା ବେଳେ କଳିଙ୍ଗ ଷ୍ଟାଡ଼ିୟମରେ ମୋଟ ୧୦ଟି ମ୍ୟାଚ ଖେଳିବ ।

ଘରୋଇ ଟିମ୍ ଏଠାରେ ଚଳିତ ମାସରେ ଆଜି ଓ ୨୭ ତାରିଖରେ ଦୁଇଟି ମ୍ୟାଚ୍ ଖେଳିବ । ଏହାପରେ କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର, ଡିସେମ୍ବର, ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଓଡ଼ିଶା ୮ଟି ମ୍ୟାଚ ଖେଳିବ । ଆସନ୍ତକାଲି କେରଳ ବ୍ଲାଷ୍ଟର ଏଫସି ସହ ଓଡ଼ିଶା ଏଫସି ମଧ୍ୟରେ ସନ୍ଧ୍ୟା ୭ ଟା ୩୦ ମିନିଟରେ ହେବ ମ୍ୟାଚ୍ । ଓଡ଼ିଶା ଏଫସି ଚଳିତ ସିଜିନରେ ତାର ପ୍ରଥମ ମ୍ୟାଚ୍ ଗତ ଅକ୍ଟୋବର ୧୧ ତାରିଖରେ ଜାମସେପୁର ଏଫସି ବିପକ୍ଷରେ ଖେଳି ୩-୨ ଗୋଲର ବିଜୟ ହାସଲ କରିଥିଲା । ଏହାପରେ ଗତ ୧୫ ତାରିଖରେ ମୁମ୍ବାଇ ସିଟି ଏଫସି ବିପକ୍ଷରେ ପରାସ୍ତ ହୋଇଥିଲା । ଏପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ସହ ନବମ ସ୍ଥାନରେ ରହିଛି ।