ରେଲୱେ ପାଇଁ ଐତିହାସିକ ଦିନ: ସଫଳ ହେଲା କବଚ ଟେକନିକ୍

1 min read

ରେଲୱେ କବଚ ଟେକନିକ୍: ଭାରତୀୟ ରେଲୱେ ପାଇଁ ଆଜିର ଦିନଟି ଐତିହାସିକ । ରେଲୱେ ‘କବଚ ଟେକନିକ୍’ ପରୀକ୍ଷଣ ସଫଳ ହୋଇଛି । ଏଥିରେ ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ । ଏହି ଟେକନିକରେ ଟ୍ରେନ ଟି ଦୂର୍ଘଟଣା ପୂର୍ବରୁ ଆପେ ଆପେ ରହିଯିବ । ତେବେ ଏହାକୁ ପରୀକ୍ଷଣ କରିବାକୁ ଯାଇ ଦୁଇଟି ଟ୍ରେନ୍ ମୁହାଁମୁହିଁ ଚଳାଚଳ କରିଥିଲା । ଏହି ପରୀକ୍ଷଣରେ ସାମିଲ ହୋଇଥିଲେ ରେଳମନ୍ତ୍ରୀ ।

ଏହି ପରୀକ୍ଷଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଟିଏ ଟ୍ରେନରେ ଏବଂ ରେଳ ବୋର୍ଡର ଚେୟାରମ୍ୟାନ୍ ସମେତ ଅନ୍ୟ ଅଧିକାରୀମାନେ ଅନ୍ୟ ଏକ ଟ୍ରେନରେ ଉପସ୍ଥିତ ଥିଲେ । ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନଟି ଆଗରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ଅଟକି ଯାଇଥିଲା। କବଚ ଟେକନିକ କାରଣରୁ ଟ୍ରେନରେ ସ୍ୱୟଂଚାଳିତ ଭାବେ ବ୍ରେକ ଲାଗିଯାଇଥିଲା । ଏନେଇ ରେଳମନ୍ତ୍ରୀଙ୍କ ଦ୍ୱାରା ଏକ ମିନିଟର ଭିଡିଓ ସେୟାର କରାଯାଇଛି ଯେଉଁଥିରେ ରେଳମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଲୋକୋପାଇଲଟ କ୍ୟାବିନରେ ଅଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି ଯେ ରିୟର-ଏଣ୍ଡ୍ ଟକ୍କର ପରୀକ୍ଷଣ ସଫଳ ହୋଇଛି। କବଚ୍ ସ୍ୱୟଂଚାଳିତ ଭାବରେ ଧକ୍କା ହେବାକୁ ଥିବା  ଅନ୍ୟ ଟ୍ରେନ ଠାରୁ ୩୮୦ ମିଟର ପୂର୍ବରୁ ଅଟକି ଯାଇଛି ।

ସୂଚନା ଅନୁସାରେ, ଭାରତୀୟ ରେଲୱେ କ୍ରମାଗତ ଭାବରେ କବଚ ଟେକନିକ୍ ଉପରେ କାର୍ଯ୍ୟ କରୁଥିଲା, ଯାହା ଭବିଷ୍ୟତରେ ଏହାର ଲକ୍ଷ ଶୂନ୍ୟ ଦୁର୍ଘଟଣା ହୋଇପାରେ । ତେଣୁ ଶୁକ୍ରବାର ଦିନ ଟ୍ରେନ୍ ଧକ୍କା ସୁରକ୍ଷା ବ୍ୟବସ୍ଥା କବଚ’ର ପରୀକ୍ଷଣ କରାଯାଇଥିଲା।

Leave a Reply