ୟୁକ୍ରେନରେ ପୋଷ୍ୟ ବାଘକୁ ଛାଡ଼ି ସ୍ୱଦେଶ ଫେରିବାକୁ ନାରାଜ ଭାରତୀୟ ଡାକ୍ତର

1 min read

ନୂଆଦିଲ୍ଲୀ: ଯୁକ୍ରେନକୁ ଛାଡ଼ିବାକୁ ରାଜି ନାହାଁନ୍ତି ଭାରତୀୟ ଡାକ୍ତରଷ ୟୁକ୍ରେନ-ଋଷ ଯୁଦ୍ଧରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଫେରାଇ ଆଣିବାକୁ ତଚାଲିଛି ଜୋରଦାର ପ୍ରୟାସ । ଏନେଇ ଭାରତୀୟ ସରକାରଙ୍କ ଅପରେସନ ଗଙ୍ଗା କାର୍ଯ୍ୟ କରୁଛି ।  ଏମଧ୍ୟରେ ଜଣେ ଭାରତୀୟ ଡାକ୍ତରଙ୍କ ଜିଦି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯୁଦ୍ଧ-ପ୍ରପୀଡ଼ିତ ୟୁକ୍ରେନ୍‌ରେ ଗୋଟାଏ ବଙ୍କର୍‌ରେ ଫସି ରହିଥିବା ଜଣେ ଭାରତୀୟ ଡାକ୍ତର ତାଙ୍କ ପୋଷା କଲରାପତ୍ରିଆ ଓ କଳା ଚିତା ବାଘକୁ ଛାଡ଼ି ସ୍ୱଦେଶ ଫେରିବା ପାଇଁ ଅରାଜି ହେଉଛନ୍ତି ।

ସେ କହିଛନ୍ତି, ନିଜ ପ୍ରାଣ ବଞ୍ଚାଇବା ଲାଗି ମୁଁ କେବେ ବି ମୋର ପୋଷା ଜନ୍ତୁଙ୍କୁ ‌ଛାଡ଼ି ଭାରତ ଯାଇପାରିବି ନାହିଁ । ଅବଶ୍ୟ, ଶ୍ୱଦେଶ ଫେରିବା  ପାଇଁ ମୋ ପରିବାର ମୋତେ ବହୁତ ବୁଝାଉଛନ୍ତି। କିନ୍ତୁ, ପୋଷାଜନ୍ତୁ ଦି’ଟା ମୋର ସନ୍ତାନ ଭଳି । ତେଣୁ ମୋ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ରହି ସେମାନଙ୍କୁ ସୁରକ୍ଷା ଦେବି।

ସୂଚନା ଅନୁସାରେ, ଡାକ୍ତରୀ ପଢ଼ିବାକୁ ୨୦୦୭ରେ ୟୁକ୍ରେନ୍‌ ଯାଇଥିବା ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ତାନୁକୁ ବାସିନ୍ଦା ପାଟିଲ୍‌ ପରବର୍ତ୍ତୀ ସମୟରେ ଡୋନ୍‌ବାସ୍‌ରେ ବସବାସ କରିଥିଲେ। ପରେ ଜଣେ ଶିଶୁ ବିଶେଷଜ୍ଞ ଭାବେ ସେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚାକିରି କରୁଥିଲେ।  ଗୋଟାଏ ଆଞ୍ଚଳିକ ଚିଡ଼ିଆଖାନାରେ ସେ ଉକ୍ତ ଅନାଥ ତଥା ଅସୁସ୍ଥ କଲରାପତ୍ରିଆକୁ ଦେଖିଥିଲେ। ସେଠାକାର କର୍ତ୍ତୃପକ୍ଷଙ୍କ ଅନୁମତି ହାସଲ କରି ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଡାକ୍ତର ପାଟିଲ୍‌ ତା’ର ନାଁ ଦେଇଥିଲେ ‘ୟଶ’। ଏହାଛଡ଼ା, ୨ ମାସ ତଳେ ୟଶର ସାଥି ଭାବେ କଳାବାଘୁଣୀ ‘ସବ୍ରିନା’କୁ ଆଣିଥିଲେ। ପୁଅ କଲରାପତ୍ରିଆକୁ ୨୦ ମାସ ହୋଇଥିବା ବେଳେ ଝିଅ କଳା-କଲରାପତ୍ରିଆକୁ ୬ ମାସ ଚାଲିଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ସେ କେବଳ ଉଭୟଙ୍କ ପାଇଁ ଆହାର ଆଣିବାକୁ ବଙ୍କର୍‌ରୁ ପଦାକୁ ବାହାରୁଛନ୍ତି । ତେବେ ସେ ଏହାବ୍ୟତୀତ ଆଉ ୩ଟି କୁକୁରକୁ ମଧ୍ୟ ପାଳିଛନ୍ତି ।

ତେବେ ୪୦ବର୍ଷୀୟ ଏହି ଡାକ୍ତର ଜଣଙ୍କ ଗଣମାଧ୍ୟକୁ କହିଛନ୍ତି ଯେ, ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ବୋମା ମାଡ଼ ହେଉଛି  । ସେ କମ୍ ଖାଦ୍ୟଖାଇ ସେଠାରେ ଅଛନ୍ତି । ଯଦି ଭାରତ ସରକାର ଏହି ପୋଷ୍ୟ ଜନ୍ତୁମାନଙ୍କୁ ନେଇ ସ୍ୱଦେଶ ଫେରିବାକୁ ଅନୁମତି ଦିଅନ୍ତି ତେବେ ସେ ଫେରିବାକୁ ପ୍ରସ୍ତୁତ ଅଛନ୍ତି ।