ଗିରଫ ହେଲେ କୋହଲିଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତି

1 min read

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ହାଇଦ୍ରାବାଦରୁ ଗିରଫ କରିଛି । ମୁମ୍ବାଇ ପୋଲିସର ସାଇବର ସେଲ ଏହି ଅଭିଯୁକ୍ତକୁ ଗିରଫ କରିଛି । ତେବେ ହାଇଦ୍ରାବାଦରୁ ଗିରଫ କରି ଅଭିଯୁକ୍ତକୁ ମୁମ୍ବାଇ ଆଣୁଛି ପୋଲିସ । ସୂଚନା ଅନୁସାରେ ରାମନାଗେଶ ଶ୍ରୀନିବାସ ଅକୁବାଥିନି ବୋଲି ଜଣାପଡ଼ିଛି । ଯାହାର ବୟସ ୨୩ ବର୍ଷ । ଏହି ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଭିଯୁକ୍ତ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର । ସେ ପୂର୍ବରୁ ଏକ ଫୁଡ୍ ଡେଲିଭରି ଆପ ପାଇଁ ସଫ୍ଟଓ୍ବେର୍ ଡେଭଲପର ଭାବରେ କାର୍ଯ୍ୟ କରୁଥିଲେ । ସେ ଆଇଆଇଟି ହାଇଦ୍ରାବାଦରୁ ବିଟେକ କରିଛନ୍ତି ।

ଚଳିତ ଟି-୨୦ ବିଶ୍ବକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲା ।  ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାସ୍ତ ପରେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ମଧ୍ୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଏହା ପରେ କିଛି ପ୍ରଶଂସକ ଏତେ ଅସନ୍ତୋଷ ଥିଲେ ଯେ ସେମାନେ ସବୁ ସୀମା ପାର କରିଦେଇଥିଲେ । ଏମିତିକି ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ସହ ତାଙ୍କ ପରିବାର ଏବଂ ତାଙ୍କ ଛୋଟ ଝିଅ ବାମିକାଙ୍କୁ ମଧ୍ୟ ଛାଡିନଥିଲେ କିଛି ପ୍ରଶଂସକ । ତାଙ୍କ ଝିଅକୁ ଧମକ ଦେବା ସହ ଅପଶବ୍ଦର ବ୍ୟବହାର ମଧ୍ୟ କରିଥିଲେ । ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଥିଲେ ପ୍ରଶଂସକ । ଏହି ଭିତରେ ଜଣେ ବ୍ୟକ୍ତି ବିରାଟ କୋହଲିଙ୍କ ଝିଅଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ମାମଲା ଉପରେ ପାକିସ୍ତାନ ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍ ବି ଏପରି ଧମକ ଉପରେ ଆପତ୍ତି ଉଠାଇଥିଲେ । ଇଞ୍ଜାମାମ କହିଥିଲେ କି ଏପରି ଭାବରେ କାହା ଝିଅ ଓ ପରିବାର ପ୍ରତି ଆପତ୍ତି ଜନକ ମନ୍ତବ୍ୟ ଦେବା ଭୁଲ ଅଟେ । ତେବେ ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ ଆକ୍ସନ ନେଇଥିଲେ । ମହିଳା ଆୟୋଗ ଏହି ମାମଲାରେ ନୋଟିସ୍ ଜାରି କରି ପୋଲିସଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ଏପର୍ଯ୍ୟନ୍ତ କ’ଣ ଆକ୍ସନ ନିଆଯାଇଛି ତାହାର ସୂଚନା ମାଗିଥିଲେ । ତେବେ ଆଜି ଏହି ମାମଲର ମୁଖ୍ୟ ଅଭିଯୁକ୍ତକୁ ମୁମ୍ବାଇ ପୋଲିସର ସାଇବର ସେଲ ଗିରଫ କରିଛି ଏବଂ ଅଧିକ ପଚରା ଉଚରା ପାଇଁ ତାଙ୍କୁ ମୁମ୍ବାଇ ଆଣାଯାଉଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।

Leave a Reply