ଆଜି ୭୪ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ସେନା, ସେନାର ବିରତ୍ୱ ଓ ବଳିଦାନକୁ ମନେ ପାକଉଛି ଦେଶବାସୀ
2 min readନୂଆଦିଲ୍ଲୀ: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଛି ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯାଉଛି ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରୁଥିବା ଯବାନମାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଜାନୁଆରୀ ୧୫ରେ ପାଳିତ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ-ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା । ପରେ ଜେନେରାଲ ଫ୍ରାନ୍ସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ପ୍ରଥମ ସେନାମୁଖ୍ୟଙ୍କୁ ଲାଭ କରିଥିଲା ଏବଂ ଜେନେରାଲ ଫ୍ରାନସିସଙ୍କଠାରୁ ଦାୟିତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ. କାରିଆପ୍ପା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି ।
To confront multifarious security challenges, #IndianArmy is “In Stride with the Future”, fully committed towards modernisation with impetus to indigenous solutions.#InStrideWithTheFuture#AmritMahotsav pic.twitter.com/Dpy9ClyCof
— ADG PI – INDIAN ARMY (@adgpi) January 15, 2022
୭୪ ତମ ସେନା ଦିବସ ଅବସରରେ ଭାରତୀୟ ସେନାର ବିରତ୍ୱ ଓ ବଳିଦାନ ପାଇଁ ସେନା ଓ ତାଙ୍କ ପରିବାର ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Greetings to Army personnel and veterans on Army Day. Indian Army has been pivotal in ensuring national security. Our soldiers have displayed professionalism, sacrifice and valour in defending borders and maintaining peace. The nation is grateful for your service. Jai Hind!
— President of India (@rashtrapatibhvn) January 15, 2022
Indian Army personnel serve in hostile terrains and are at the forefront of helping fellow citizens during humanitarian crisis, including natural disasters. India is proud of the stellar contribution of the Army in Peacekeeping Missions overseas as well. pic.twitter.com/JnM9cpZDnu
— Narendra Modi (@narendramodi) January 15, 2022
Greetings and best wishes to all Indian Army personnel and their families on the special occasion of Army Day.
Our Army has distinguished itself as a courageous and professional force, unwavering in their commitment to defend the country. The nation is proud of the Indian Army.
— Rajnath Singh (मोदी का परिवार) (@rajnathsingh) January 15, 2022
ଲେଫ୍ଟନାଣ୍ଟ ଜେନେରାଲ କାରିଆପ୍ପାଙ୍କ ଅସାଧାରଣ ତ୍ୟାଗକୁ ସ୍ମରଣ କରି ଏହି ଦିବସ ପାଳିତ ହୋଇଆସୁଛି । ଭାରତୀୟ ଯବାନଙ୍କ ଅସୀମ ତ୍ୟାଗ, ବଳିଦାନ ସହ ଜଡିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରେଡରେ ବିଭିନ୍ନ ପରମବୀର ଚକ୍ର, ବୀରଚକ୍ର ଓ ଅନ୍ୟାନ୍ୟ ସମ୍ମାନଧାରୀ ଅଫିସର ବି ସାମିଲ ହୋଇଛନ୍ତି । ଉତ୍ସବରେ ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ଆଦି ପ୍ରଦର୍ଶିତ ହୋଇଥିଲା ।