ଏସୀୟ କ୍ରୀଡାରେ ଗୋଟିଏ ଦିନରେ ଭାରତ ଜିତିଲାଣି ୬ଟି ସ୍ବର୍ଣ୍ଣ

1 min read

ନନ୍ଦିଘୋଷ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତର ଚମତ୍କାର ପ୍ରଦର୍ଶନ । ଆଜି ଗୋଟିଏ ଦିନରେ ୬ଟି ସ୍ବର୍ଣ୍ଣ ପଦକ ଜିତିଲାଣି ଭାରତ । ପୁରୁଷ କ୍ରିକେଟରେ ସ୍ବର୍ଣ୍ଣପଦକ ଜିତିଛି ଭାରତ  । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଥିଲା । ଫଳରେ ଅନ୍ତର୍ଜାତୀୟ ରାଙ୍କିଂ ଅନୁସାରେ ଭାରତକୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି  । ଆଫଗାନିସ୍ତାନ ଅପେକ୍ଷା ଭାରତର ଭଲ ଅନ୍ତର୍ଜାତୀୟ ରାଙ୍କିଂ ଥିବାରୁ ଗୋଲ୍ଡ ମେଡାଲ ମିଳିଛି । ସେହିପରି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତ ପାଇଛି ସ୍ବର୍ଣ୍ଣ ପଦକ  । ସାତ୍ତ୍ବିକ ରେଡ୍ଡୀ-ଚିରାଗ ସେଟ୍ଟୀ ସ୍ବର୍ଣ୍ଣ ଜିତିଛନ୍ତି  । ଉଭୟ ପୁରୁଷ ଓ ମହିଳା କବାଡ଼ି ଟିମ୍ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି  ।Asian Games 2023 Highlights: India men's hockey team clinches gold medal,  seals Paris Olympics berth; Satwik/Chirag in men's doubles final - The  Times of India

ଅନ୍ୟପଟେ ମହିଳା ହକି ଟିମ୍ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଛି  । ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହିତ ଭାରତର ପଦକ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି । ଭାରତ ଏଯାଏ ୨୮ଟି ସ୍ବର୍ଣ୍ଣ ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ ଜିତି ତାଲିକାର ୪ ନମ୍ବରରେ ରହିଛି  ।