ଆଜି ଭାରତ- ଶ୍ରୀଲଙ୍କା ପ୍ରଥମ ଟି-୨୦, ହାର୍ଦ୍ଦିକଙ୍କ ଉପରେ ଭାରତର ଭାଗ୍ୟ

1 min read

ମୁମ୍ବାଇ : ନୂଆ ବର୍ଷରେ ନୂଆ ସିରିଜ ।  ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍ । ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ବିନା ପଡିଆକୁ ଓହ୍ଲାଇବ ଦଳ । ସେଥିପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଭାରତର ଭାଗ୍ୟ ନିର୍ଭର କରୁଛି । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ଟିକିଆ ଟି-୨୦ ସିରିଜ୍ ଖେଳିବ ଦଳ । ନୂଆ ଖେଳାଳି, ନୂଆ ଟିମ୍ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତର ଟି-୨୦ର ଅଭିଯାନ ଆରମ୍ଭ ହେବ ।

ଆଜି ଶ୍ରୀଲଙ୍କା ପାଇଁ ଘାତକ ସାଜିବେ ଯୁବ ପେସ୍ ବାହିନୀ । ଆଜିର ପେସ୍ ବିଭାଗ ସମ୍ଭାଳିବେ ଅର୍ଶଦୀପ ସିଂହ । ତାଙ୍କ ସହ ଉମ୍ରାନ୍ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର ଓ ହର୍ଷଲ ପଟେଲ ପେସ୍ ବୋଲର ଭାବେ ରହିଛନ୍ତି । ଦଳକୁ ଉଚିତ୍ ମାର୍ଗ ଦେଖାଇବାକୁ ମୁଖ୍ୟ ଦାୟିତ୍ବରେ ରହିବେ ହାର୍ଦ୍ଦିକ୍ ପାଣ୍ଡ୍ୟା । ଏହି ସିରିଜରେ ଭାରତ ଓପନିଂରେ ନୂଆ ଯୋଡି ଇଶାନ କିସାନ ଓ ଋତୁରାଜ ଗାଏକ୍ବା ଖେଳିବେ । ନଂ-୩ରେ ସୂର୍ଯ୍ୟକୁମାର ଯାଦବ ଖେଳିବେ । ଯଦି ବୋଲିଂ ଲାଇନ ଅପ୍ କଥା କହିବା ତାହେଲେ ଓ୍ବିକେଟକିପର ସଞ୍ଜୁ ସାମସନ ନଂ-୪ରେ ଖେଳିବେ ।

ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା କଥା କହିବା ତାହାଲେ ଗତ ଟି-୨୦ ବିଶ୍ୱକପ ପରେ ଦଳ କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିନାହିଁ । କିନ୍ତୁ ଶ୍ରୀଲଙ୍କା ପ୍ରିମିୟର ଲିଗରେ ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଗତ ଏସିଆ କପରେ ମଧ୍ୟ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଥିଲା ଏବଂ ଚମ୍ପିଆନ ହୋଇଥିଲା । ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ସନ୍ତୁଳିତ ଥିବାବେଳେ ବୋଲିଂ ବିଭାଗର ନେତୃତ୍ୱ ନେବେ ହସରଙ୍ଗାଙ୍କ ଉପରେ ରହିବ । ତେଣୁ ଏହି ସିରିଜରେ ଭାରତକୁ କଡ଼ା ଟକ୍କର ଦେଇପାରେ ଶ୍ରୀଲଙ୍କା ।