ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦: ଭାରତ ଆଗରେ ୨୨୮ ରନର ବିଜୟ ଲକ୍ଷ୍ୟ

1 min read

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍ ଇନ୍ଦୋର ହୋଲ୍କାର ଷ୍ଟାଡିୟମଠାରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ବିନିମୟରେ ୨୨୭ ରନ ସଂଗ୍ରହ କରିଛି । ଏବେ ଭାରତ ଆଗରେ ୨୨୮ ରନର ବିଜୟ ଲକ୍ଷ୍ୟ । ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ।

ଆହ୍ୱାନକ୍ରମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ । ୪୩ ବଲ୍ ଖେଳି ୬୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ । ତାଙ୍କ ସହ ଆସିଥିବା ବଭୁମା ମାତ୍ର ୩ ରନରେ ଆଉଟ୍ ହୋଇଯାଇଥିଲେ । ରିଲି ରୋସୁ ଆଜି ଜବରଦସ୍ତ ବ୍ୟାଟିଂ କରିଥିଲେ । ମାତ୍ର ୪୮ ବଲ୍ ଖେଳି ୧୦୦ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ।

ମ୍ୟାଚ ଶେଷ ବେଳକୁ ତାଙ୍କ ସହ ମିଲର ବ୍ୟକ୍ତିଗତ ୧୯ ରନ୍ କରି କ୍ରୀଜରେ ଦଣ୍ଡାୟମାନ ରହିଥିଲେ । ଭାରତୀୟ ବୋଲରମାନେ ଆଜି ସେତେଟା ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନଥିଲେ । ଦୀପକ ଚହର ଓ ଉମେଶ ଯାଦବ ଗୋଟେ ଲେଖାଏଁ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ । ଉଲ୍ଲେଖଯୋଗ୍ୟ ୩ ମ୍ୟାଚ ବିଶିଷ୍ଠ ଏହି ସିରିଜରେ ଭାରତରେ ୨-୦ରେ ଆଗୁଆ ଅଛି । ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍ ନିଜ ସମ୍ମାନ ପାଇଁ ଲଢ଼ୁଛି ।

ସେହିପରି ଭାରତ ୩-୦ କରିବା ଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା ଓ ରିଷଭ ପନ୍ଥ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ରୋହିତ କିଛି ରନ୍ ନକରିପାରି ପାଭେଲିଅନ ଫେରିଯାଇଛନ୍ତି । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସ ଆୟର ବ୍ୟାଟିଂ କରୁଛନ୍ତି ।