IndvsNz: ଟି-୨୦ ସିରିଜ୍ ସହ ପ୍ରଥମ ଟେଷ୍ଟ ଖେଳିବେନି କୋହଲୀ: ରୋହିତ ରହିବେ ଅଧିନାୟକ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରେ ଭାରତ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଅଧିନାୟକତ୍ୱ କରିବେ । ଅନ୍ୟପକ୍ଷରେ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯିବ ।କେବେଳ ଏତିକି ନୁହେଁ ବିରାଟ କୋହଲୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ବିଶ୍ରାମ ନେଇପାରନ୍ତି ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରୋହିତ ଶର୍ମା ଟି-୨୦ ସିରିଜରେ ଅଧିନାୟକ ରହିବେ ଏବଂ ପ୍ରଥମ ଟେଷ୍ଟରେ ମଧ୍ୟ ସେ ଅଧିନାୟକତ୍ୱ କରିବେ । କେଏଲ୍ ରାହୁଲ ଭାରତୀୟ ଟିମ୍‌ର ଉପ ଅଧିନାୟକ ରହିବେ । ଏବଂ ଟେଷ୍ଟ ଟିମ୍‌ରେ ଅଜିଙ୍କ୍ୟା ରାହେଣେ ହିଁ ଉପ ଅଧିନାୟକ ରହିବେ । ବିରାଟ କୋହଲୀଙ୍କ ଟି-୨୦ ଫର୍ମାଟରେ ଅଧିନାୟକତ୍ୱ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଭାରତୀୟ ଦଳର ଏହା ପ୍ରଥମ ଟି-୨୦ ସିରିଜ୍ । ବିଶେଷ କଥା ଏହା ଯେ, ସିରିଜରେ ଟିମ୍ ଇଣ୍ଡିଆ ସହିତ ରାହୁଲ ଦ୍ରାବିଡ ମଧ୍ୟ କୋଚ ଭାବେ ଯୋଗଦେବେ ।

ସୂଚନା ମୁତାବକ ବିରାଟ କୋହଲୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍ ସହିତ ଯୋଡ଼ିହେବେ । ଚୟନକର୍ତ୍ତା ବୈଠକରେ ଏ ନେଇ ନିଷତ୍ତି ହୋଇସାରିଛି । କେବଳ ଏହାର ବିଧିବଦ୍ଧ ଘୋଷଣା ହେବାର ବାକି ଅଛି । ପୂର୍ବରୁ ଅନୁମାନ କରାଯାଉଛି ଯେ, ସିନିୟର ଖେଳାଳିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯିବ । ବିରାଟ କୋହଲୀ, ୟସପ୍ରୀତ ବୁମ୍‌ରା, ରୋହିତ ଶର୍ମା ସମେତ ଅନ୍ୟ ଖେଳାଳିଙ୍କୁ ଗତ ୬ମାସ ଧରି ଲଗାତାର କ୍ରିକେଟ ଖେଳିଆସୁଛନ୍ତି । ଏଭଳି ସ୍ଥିତିରେ ବିରାଟ କୋହଲୀଙ୍କୁ ଟି-୨୦ ସ୍ଥିତି ସହିତ ଅନ୍ୟ ଏକ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବିଶ୍ରାମ ଦିଆଯାଇପାରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ଏଥିସହିତ ପଢ଼ନ୍ତୁ: ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

 

Leave a Reply