ଆଜିଠୁ କାନପୁରରେ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ
1 min read
ନୂଆଦିଲ୍ଲୀ : ଆଜିଠୁ ଭାରତ-ବାଂଲାଦେଶ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ । କାନପୁରରେ ସକାଳ ସାଢେ ୯ଟାରୁ ଆରମ୍ଭ ହେବ ଖେଳ । ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନରେ ଜିତିବା ପରେ ଭାରତୀୟ ଖେଳାଳି ଜୋସରେ ଅଛନ୍ତି । ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ୍ ଖେଳିବାକୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ଯାଚ ଗୁରୁତ୍ବପୂର୍ଣ୍ଣ । କାନପୁର ପିଚ୍ ଉଭୟ ଦଳ ପାଇଁ ନୂଆ ଆହ୍ବାନ ସାଜିବ । ଏଣୁ ଦୁଇଦଳ ରଣନୀତି ପରିବର୍ତ୍ତନ କରିପାରନ୍ତି । ଯଶପ୍ରୀତ ବୁମରାଙ୍କୁ ମ୍ଯାଚରେ ବିଶ୍ରାମ ଦିଆଯାଇପାରେ । ତିନି ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ରୋହିତ ବାହିନୀ । ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ଖେଳିପାରନ୍ତି । ଏପଟେ ବାଂଲାଦେଶ ବାଉନ୍ସବ୍ୟାକ କରିବା ଉଦ୍ଦେଶ୍ୟରେ ରହିଛି । ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ବିଜୟ ହାସଲ କରିଥିଲା । ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରି ୨ ମ୍ଯାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।