ଟ୍ୟୁରିଷ୍ଟ ଭିସାରେ ଭାରତ ଆସିପାରିବେନି ଚୀନ ପର୍ଯ୍ୟଟକ

1 min read

ନୂଆଦିଲ୍ଲୀ: ଚୀନକୁ ଭାରତର ଶକ୍ତ ଧକ୍କା । ଚୀନରୁ ଆଉ ଭାରତ ଆସିପାରିବେନି ପର୍ଯ୍ୟଟକ । ଟୁରିଷ୍ଟ ଭିସାକୁ ରଦ୍ଦ କରିଛନ୍ତି ଭାରତ ସରକାର । ବ୍ୟବସାୟ ଏବଂ କୁଟନୀତି କ୍ଷେତ୍ରରେ ଭିସା ଜାରି ରହିବ । ସେପଟେ ଚୀନରୁ ଫେରିଥିବା ଭାରତୀୟଙ୍କୁ ପୁଣି ଡାକିଛି ଚୀନ୍ । କୋଭିଡ ପାଇଁ ଚୀନରୁ ଭାରତ ଫେରିଥିଲେ ଛାତ୍ରଛାତ୍ରୀ । ହେଲେ ସେମାନଙ୍କୁ ପୁଣି ଚୀନ ଫେରାଇ ନେବାକୁ ଯୋଜନା କରଯାଉଛି । ଏହାରି ଭିତରେ ଚୀନକୁ ଜବାବ ଦେବାକୁ ଭାରତ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ।

ବିଦେଶୀଙ୍କୁ ଟ୍ୟୁରିଷ୍ଟ ଭିସା ନେଇ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (IATA) ଟ୍ୟୁରିଷ୍ଟ ଭିସାକୁ ନେଇ ନୂଆ ଅପଡେଟ ପ୍ରକାଶ କରିଛି । ଏହାଦ୍ବାରା ବିଭିନ୍ନ ଦେଶର ଏୟାରଲାଇନ୍ସମାନେ ଜାଣି ପାରିବେ କେଉଁ ଦେଶର ଲୋକ କେଉଁ ଦେଶକୁ, କେଉଁ ଭିସାରେ ଯାଇ ପାରିବେ । ଏହାଦ୍ବାରା ବିଦେଶୀ ନାଗରିକ କୌଣସି ଦେଶକୁ ଯିବା ବେଳେ ଯାଞ୍ଚରେ ସୁବିଧା ହୋଇପାରିବ ।

ଭାରତ ସମ୍ପର୍କୀତ ଅପଡେଟ ଆଇଏଟିଏ ଏପ୍ରିଲ ୧୯ ତାରିଖରେ ଜାରି କରିଛି । ଏହାଦ୍ବାରା ଇ-ଟ୍ୟୁରିଷ୍ଟ ଭିସାରେ କେଉଁ ଦେଶର ନାଗରିକ ଭାରତକୁ ଆସି ପାରିବେ ତାହାର ଲିଷ୍ଟ ପ୍ରକାଶ ପାଇଛି । ଏଥିରେ ଭୁଟାନ, ମାଲଦ୍ବୀପ ଓ ନେପାଳ ନାଗରିକଙ୍କୁ ଟ୍ୟୁରିଷ୍ଟ ଭିସାରେ ଭାରତ ଆସିବା ପାଇଁ ଅନୁମତି ମିଳିଛି ।