ଓମିକ୍ରନ୍ ଆତଙ୍କ: ଶହେ ଛୁଇଁଲା ସଂକ୍ରମିତ ସଂଖ୍ୟା
1 min readନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସାରା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଶୁକ୍ରବାର ଭାରତରେ ଶହେ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
There are 101 Omicron cases across 11 states in the country: Lav Agrawal, Joint Secretary, Health Ministry pic.twitter.com/2OPjHBQ38b
— ANI (@ANI) December 17, 2021
ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ଓମିକ୍ରନ୍ ମାମଲା । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ଓମିକ୍ରନ୍ । ଏପର୍ଯ୍ୟନ୍ତ ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହା ବ୍ୟତୀତ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିସାରିଛି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଡେଲାଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ମାଡି ଚାଲିଛି । ଓମିକ୍ରନ ଭାରିଆଣ୍ଟ ପାଇଁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
Omicron variant reported in 91 countries in the world. WHO has said that Omicron is spreading faster than the Delta variant in South Africa where Delta circulation was low. It's likely Omicron will outpace Delta variant where community transmission occurs, WHO added: Lav Agrawal
— ANI (@ANI) December 17, 2021
ଭାରତରେ ମଧ୍ୟ ଓମିକ୍ରନ୍ ତା’ର ଭୟବହତା ଦେଖାଇବା ଆରମ୍ଭ କରିସାରିଛି । ଶୁକ୍ରବାର ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଥିବାବେଳେ, ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୮, ତେଲେଙ୍ଗାନାରୁ ୮, ଗୁଜରାଟରୁ ଏବଂ କେରଳରୁ ୫, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।