ଦେଶରେ ତିନିମାସ ମଧ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତିନିମାସ ପରେ ଆଜି ସର୍ବନିମ୍ନ କରୋନା ମାମଲା ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୭ରେ ସର୍ବନିମ୍ନ କରୋନା ମାମଲା ରେକର୍ଡ ହୋଇଥିଲା  । ଡିସେମ୍ବର ୨୭ରେ, ୬,୩୫୮ କରୋନା ମାମଲା ସାମ୍ନାକୁ ଆସିଥିଲା । ​​ସେହିପରି ମଙ୍ଗଳବାର ଦିନ ଗତ ୨୪ ଘଣ୍ଟାରେ ୧୮୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

ସେହିପରି ୧୬,୮୬୪ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ ୩୧ ହଜାର ୦୪୫ରେ ପହଞ୍ଚିଥିବାବେଳେ ଏବେ ଦେଶର ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୨,୪୭୨କୁ ଖସିଆସିଛି । ଏହାସହ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ କୋଟି ୨୩ ଲକ୍ଷ ୨୪ ହଜାର ୫୫୦ଜଣ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୧୪ ହଜାର ୦୨୩ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଆଇସିଏମ୍ଆର ସୂଚନା ଅନୁସାରେ ଗତକାଲି ଭାରତରେ କରୋନାର ୯,୦୧,୬୪୭ ନମୁନା ପରୀକ୍ଷଣ ହୋଇଛି । ସେହିପରି ଗତକାଲି ପର୍ଯ୍ୟନ୍ତ ସମୁଦାୟ ୭୬ କୋଟି ୮୩ ଲକ୍ଷ ୮୨ ହଜାର ୯୯୩ ନମୁନା ପରୀକ୍ଷା କରାଯାଇଛି।

Leave a Reply